ପ୍ରେମକୁ ମିଳିଲାଣି ସ୍ଵୀକୃତି ଆତ୍ମହତ୍ୟା କଲେ ପ୍ରେମୀ ଯୁଗଳ

କଳାହାଣ୍ଡି:୨୬/୦୪(ଗ୍ରାମୀଣ ଏକ୍ସପ୍ରେସ)ଦୁଇ ପ୍ରେମୀ ଯୁଗଳ ଦୁହେଁ ଦୁହିଁଙ୍କୁ ଭଲ ପାଉଥିଲେ। ହେଲେ ପ୍ରେମକୁ ସ୍ଵୀକୃତି ଦେଲାନି ନିଜ ଜାତିର ସମାଜ ।ପୁଅ ବ୍ରାହ୍ମଣ ଜାତିର ହୋଇଥିବା ବେଳେ ଝିଅ ସୁନାରି ଜାତିର ହୋଇଥିବା ଯୋଗୁଁ..

ଆତ୍ମହତ୍ୟା କଲେ ପ୍ରେମୀ ଯୁଗଳ

କଳାହାଣ୍ଡି:୨୬/୦୪(ଗ୍ରାମୀଣ ଏକ୍ସପ୍ରେସ)ଦୁଇ ପ୍ରେମୀ ଯୁଗଳ ଦୁହେଁ ଦୁହିଁଙ୍କୁ ଭଲ ପାଉଥିଲେ। ହେଲେ ପ୍ରେମକୁ ସ୍ଵୀକୃତି ଦେଲାନି ନିଜ ଜାତିର ସମାଜ ।ପୁଅ ବ୍ରାହ୍ମଣ ଜାତିର ହୋଇଥିବା ବେଳେ ଝିଅ ସୁନାରି ଜାତିର ହୋଇଥିବା ଯୋଗୁଁ ବିବାହ ପାଇଁ ମିଳିଲାନି ଅନୁମତି | ବିବାହ ପାଇଁ ଅନୁମତି ମିଲି ନ ଥିବା ଯୋଗୁଁ ଶେଷରେ ବହୁତ ବଡ଼ ନିଷ୍ପତ୍ତି ନେଲେ ଦୁହେଁ ପ୍ରେମୀ ଯୁଗଳ । ଗାଁ ନିକଟରେ ଥିବା କୁମୁଡାମୁଣ୍ଡା ଯିବା ରାସ୍ତା ର ପିଜୁଳି ବଗିଚା ର ଗଛରେ ଫାଶୀ ଲଗାଇ ଝୁଲିପଡ଼ିଲେ ଦୁଇ ପ୍ରେମୀଯୁଗଳ। ସୂଚନା ରୁ ଜଣା ଜାଏ ଯେ କୋକସରା ବ୍ଲକ ଆମପାଣି ଥାନା ଅନ୍ତର୍ଗତ କାଉଡୋଳା ଗ୍ରାମରେ ଏହି ଘଟଣା ଘଟିଛି। ସ୍ଥାନୀୟ ଲୋକେ ଶନିବାର ସକାଳେ ଦୁହିଁଙ୍କ ଝୁଲନ୍ତା ମୃତଦେହ ଦେଖି ଆମପାଣି ପୋଲିସ କୁ ଖବର ଦେଲା ପରେ ପୋଲିସ ଘଟଣା ସ୍ଥଳରେ ଆସି ଦୁହିଁଙ୍କ ମୃତ୍ ଶରୀର ଜବତ କରିଥିବା ସୂଚନା ମିଳିଛି |ପ୍ରାପ୍ତ ଖବର ରୁ ଜଣା ପଡେ ଆମପାଣି ଥାନା ଅନ୍ତର୍ଗତ କାଉଡୋଳା ଗ୍ରାମର ଯୁବକ ଓ ସେହି ଗ୍ରାମର ଜଣେ ନାବାଳିକାଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା। ଦୁହେଁ ଅଲଗା ଜାତିର ହୋଇଥିବାରୁ ପରିବାର ଲୋକେ ବିବାହ ପାଇଁ ରାଜି ହେବେ ନାହିଁ ।ଏହା ଭାବି ଦୁଇ ପ୍ରେମୀଯୁଗଳ ଆତ୍ମହତ୍ୟା କରିଥାଇ ପାରନ୍ତି କିମ୍ବା କେଉଁ ଚାପରେ ପଡି ଆତ୍ମହତ୍ୟା କରିଛନ୍ତି ନା ଅନ୍ୟ କିଛି କାରଣ ରହିଛି ତାହା ତଦନ୍ତ ପରେ ସ୍ପଷ୍ଟ ହେବ ବୋଲି ସୂଚନା ମିଳିଛି।

About the Author

Dambarudhar Avatar

Leave a Reply

Your email address will not be published. Required fields are marked *

Latest News

View All

About the Author

Easy WordPress Websites Builder: Versatile Demos for Blogs, News, eCommerce and More – One-Click Import, No Coding! 1000+ Ready-made Templates for Stunning Newspaper, Magazine, Blog, and Publishing Websites.

Search the Archives

Access over the years of investigative journalism and breaking reports