ମାଁ ଲଙ୍କେଶ୍ଵରୀ ଓ ଖମ୍ବେଶ୍ୱରୀ ଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ ବାଣ୍ଡିଗାଁ ଠାରେ ଅନୁଷ୍ଠିତ ହୋଇଯାଇଅଛି

ଜୟପାଟଣା:୨୯/୦୪(ଗ୍ରାମୀଣ ଏକ୍ସପ୍ରେସ)ମାଁ ଲଙ୍କେଶ୍ଵରୀ ଦେବୀଙ୍କ ମନ୍ଦିର ୧୯ସହ୨୭ ମସିହାରେ ସ୍ଥାପନ ହେଇ ଥିଲା,ଆଜି ସେହି ଗ୍ରାମ ଦେବୀ ମାଁ ଲଙ୍କେଶ୍ଵରୀ ଓ ଖମ୍ବେଶ୍ୱରୀ ଦେବୀଙ୍କ ପ୍ରାଣ ପ୍ରତିଷ୍ଠା ବହୁତ ବର୍ଷ ପରେ ଉତ୍ସବ ପାଳନ..

ଜୟପାଟଣା:୨୯/୦୪(ଗ୍ରାମୀଣ ଏକ୍ସପ୍ରେସ)ମାଁ ଲଙ୍କେଶ୍ଵରୀ ଦେବୀଙ୍କ ମନ୍ଦିର ୧୯ସହ୨୭ ମସିହାରେ ସ୍ଥାପନ ହେଇ ଥିଲା,ଆଜି ସେହି ଗ୍ରାମ ଦେବୀ ମାଁ ଲଙ୍କେଶ୍ଵରୀ ଓ ଖମ୍ବେଶ୍ୱରୀ ଦେବୀଙ୍କ ପ୍ରାଣ ପ୍ରତିଷ୍ଠା ବହୁତ ବର୍ଷ ପରେ ଉତ୍ସବ ପାଳନ କରା ଯାଇଛି,ପୂର୍ବ ପରମ୍ପରା ଅନୁଯାୟୀ ମାଁ ଲଙ୍କେଶ୍ଵରୀ ଓ ଖମ୍ବେଶ୍ୱରୀଙ୍କ ପୂଜାର୍ଚ୍ଚନା କରି ଆସୁଥିଲେ ଗ୍ରାମବାସୀ ସେହି ଗ୍ରାମ ଦେବୀଙ୍କ ନୂତନ ଦ୍ୱିୟ ମୂର୍ତ୍ତି ସ୍ଥାପନ ପାଇଁ ଆଜି କଳସୀ ଯାତ୍ରା ଅନୁଷ୍ଠିତ କରା ଯାଇ ଥିଲା, ଦେବା ଦେବୀଙ୍କ ବିଧିବିଧାନ ଅନୁଯାୟୀ ୫୪ଟି କଳସ ସ୍ଥାପନ କରାଯାଇ ଥିଲା, ଏହି ପ୍ରାଣ ପ୍ରତିଷ୍ଠା ଉତ୍ସବରେ ମୁଖ୍ୟ କର୍ତ୍ତା ଭାବରେ ଶ୍ରୀଯୁକ୍ତ ନିରାକାର ନାଏକ ଓ ତାଙ୍କ ଧର୍ମପତ୍ନୀ ଶ୍ରୀମତୀ ରୁକ୍ମଣୀ ନାଏକ ମୂଖ୍ୟ ଭୂମିକା ଗ୍ରହଣ କରିଥିଲେ, ଆସନ୍ତା କାଲି ବୈଶାଖ ମାସ ଶୁକ୍ଳ ପକ୍ଷ ଚତୁର୍ଥୀ ତିଥିରେ ଦେବା ଦେବୀଙ୍କ ବିଧି ବିଧାନ ଅନୁଯାୟୀ ମାଁ ଲଙ୍କେଶ୍ଵରୀ ଓ ଖମ୍ବେଶ୍ୱରୀ ଦେବୀଙ୍କ ନୂତନ ମୂର୍ତ୍ତି ବିଗ୍ରହ ଆବାହନ କରି ମୂର୍ତ୍ତି ସ୍ନାନ କରି ଦେବୀଙ୍କ ସ୍ଥାନରେ ସ୍ଥାପନ କରାଯିବ, ଆଜିର ଏହି କଳସ ଯାତ୍ରାରେ ମୁଖ୍ୟ ପୂଜକ ଭାବେ ନିରଞ୍ଜନ କର ଉପସ୍ଥିତ ଥିଲେ,ପ୍ରାଣ ପ୍ରତିଷ୍ଠା ଉତ୍ସବରେ ଗ୍ରାମର ଅନେକ ଜନ ସାଧାରଣଙ୍କ ଉପସ୍ଥିତିରେ ଏହି ପ୍ରାଣ ପ୍ରତିଷ୍ଠା ଉତ୍ସବକୁ ବହୁତ ଆନନ୍ଦର ସହିତ ପାଳନ କରାଯାଇ ଥିଲା। ଏହି ପ୍ରାଣ ପ୍ରତିଷ୍ଠା ଉତ୍ସବକୁ ମାଁ ଲଙ୍କେଶ୍ଵରୀ ମେନେଜିଂ ଟ୍ରଷ୍ଟ ତରଫରୁ ଆୟୋଜନ କରାଯାଇ ଥିଲା, ମାଁ ଲଙ୍କେଶ୍ଵରୀ ଦେବୀଙ୍କ ନାମରେ ବାଣ୍ଡିଗାଁର ଯୁବ ସମାଜ ତରଫରୁ ଏକ ଘଣ୍ଟ ଦଳ ଗଠନ କରାଯାଇଛି, ମାଁ ଲଙ୍କେଶ୍ଵରୀ ସେବା ସଂଗଠନର ଯୁବକ ମାନଙ୍କ ତରଫରୁ ମାଁଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବରେ ଯୋଗଦାନ କରି ନିଆରା ଢ଼ଙ୍ଗରେ ବାଦ୍ୟ,ଘଣ୍ଟ ତାଳେ ତାଳେ ବଜେଇ ଆଜିର କଳସୀ ଯାତ୍ରାକୁ ଆରମ୍ଭରୁ ଶେଷ ଯାଏଁ ସାଫଲ୍ୟ ମଣ୍ଡିତ କରିଥିଲେ,ତତ ସହିତ ବାଣ୍ଡିଗାଁର ସଙ୍କୀର୍ତ୍ତନ ମଣ୍ଡଳୀ ଉପସ୍ଥିତ ରହି ଖୋଳ ମୃଦଙ୍ଗ କୀର୍ତ୍ତନ କରି ଆଜିର କଳସୀ ଯାତ୍ରାକୁ ସାଫଲ୍ୟ କରି ଥିଲେ।

About the Author

Dambarudhar Avatar

Leave a Reply

Your email address will not be published. Required fields are marked *

Latest News

View All

About the Author

Easy WordPress Websites Builder: Versatile Demos for Blogs, News, eCommerce and More – One-Click Import, No Coding! 1000+ Ready-made Templates for Stunning Newspaper, Magazine, Blog, and Publishing Websites.

Search the Archives

Access over the years of investigative journalism and breaking reports