କଳାହାଣ୍ଡି:୨୮/୨(ଗ୍ରାମୀଣ ଏକ୍ସପ୍ରେସ)ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷ , କଳାହାଣ୍ଡି ଠାରେ ଜିଲ୍ଲା ମଙ୍ଗଳ ଅଧିକାରୀ ଓ ପ୍ରଦାନ ଅନୁଷ୍ଠାନ ର ମିଳିତ ସହଯୋଗରେ ଜିଲ୍ଲା ସ୍ତରୀୟ ଗୋଷ୍ଠୀ ଜଙ୍ଗଲ ସମ୍ବଳ ପରିଚାଳନା ତାଲିମ୍ ଶିବିର ଅନୁଷ୍ଠିତ ହୋଇଯାଇଛି | ଏହି କାର୍ଯ୍ୟକ୍ରମ କୁ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ତନ୍ମୟ କୁମାର ଦରୱାନ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ | ଜିଲ୍ଲା ମଙ୍ଗଳ ଅଧିକାରୀ ଶ୍ରୀ ଅନ୍ତର୍ଯ୍ୟାମୀ କହଁଁରଙ୍କ ତତ୍ୱାବଧାନ ରେ ଅନୁଷ୍ଠିତ ଏହି ତାଲିମ୍ ଶିବିର ରେ ଜିଲ୍ଲା ପରିଷଦ ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ଦୟାମୟ ପାଢ଼ୀ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ବୈତୁରା ଦୀପ, ଜଙ୍ଗଲ ବିଭାଗ ଦକ୍ଷିଣ ବନଖଣ୍ଡ ଏସିଏଫ ଶ୍ରୀ ପ୍ରଫୁଲ୍ଲ କୁମାର ଧାରୁଆ, ଶ୍ରୀମତୀ ଲିଲ୍ଲୀ ଅମାନ୍ତ୍ୟ, ଶ୍ରୀ ନରୋତ୍ତମ ମାଝୀ ନିମନ୍ତ୍ରିତ ଅତିଥି ରୂପେ ଯୋଗ ଦେଇଥିଲେ | ମୁଖ୍ୟ ଅତିଥି ଜଙ୍ଗଲ ସୁରକ୍ଷା ଓ ପରିଚାଳନା ଦ୍ୱାରା କିପରି ପରିବେଶ ଓ ପ୍ରାକୃତିକ ସମ୍ବଳ କୁ ସୁରକ୍ଷିତ କରିବା, ଗ୍ରାମ ସ୍ତରୀୟ କମିଟି ର ଏହା ବାବଦରେ ଉପଯୁକ୍ତ ସଚେତନତା, ଯୋଜନା ପ୍ରାଣୟନ ବିଷୟରେ ଦିଗଦର୍ଶନ ଦେଇଥିଲେ |ଏଥିରେ ସୂଚନା ଯୋଗ୍ୟ ଯେ କଳାହାଣ୍ଡି ଜିଲ୍ଲାରେ 313 ଟି ଗ୍ରାମକୁ ଗୋଷ୍ଠୀ ଜଙ୍ଗଲ ଅଧିକାର ଶିରୋନାମା ସରକାର ଙ୍କ ଦ୍ୱାରା ପ୍ରଦାନ କରାଯାଇଛି | ଏହି ସବୁ ଗ୍ରାମ ରେ ସରକାରୀ ଯୋଜନା ଯଥା ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା, ବନଧନ ବିକାଶ କାର୍ଯ୍ୟକ୍ରମ, ସରକରଙ୍କ ଅନ୍ୟ ସବୁ କାର୍ଯ୍ୟକ୍ରମ କୁ ଗ୍ରାମ ବାସୀ ମାନେ କିପରି ସାମିଲ ହୋଇ ବିକାଶ କରି ପାରିବେ ବୋଲି ସମସ୍ତେ ମତାମତ ଦେଇଥିଲେ

ପ୍ରଦାନ ସଂସ୍ଥା ର ଟିମ କୋର୍ଡିନେଟର ଶ୍ରୀ ହୃଦୟାନନ୍ଦ ମହାପାତ୍ର ବର୍ତମାନ ପରିପ୍ରେକ୍ଷୀରେ ଗୋଷ୍ଠୀ ଜଙ୍ଗଲ ସମ୍ବଳ ପରିଚାଳନା ର ଆବଶ୍ୟକତା, ପରିଚାଳନା, ସଂରକ୍ଷଣ,ଜଙ୍ଗଲ ସମ୍ପଦ ର ପୁନର୍ଜନନ, ବ୍ୟକ୍ତିଗତ ଜଙ୍ଗଲ ଜମି ତଥା ଗୋଷ୍ଠୀ ଗତ ଜଙ୍ଗଲ ଜମି କୁ ଗୋଷ୍ଠୀ ଜଙ୍ଗଲ ସମ୍ବଳ ପରିଚାଳନା କମିଟି ମାଧ୍ୟମରେ କିପରି କରାଯାଇ ପାରିବ, ସେ ବିଷୟ ରେ ସମସ୍ତଙ୍କୁ ତାଲିମ୍ ଦେଇ ଥିଲେ | ଜିଲ୍ଲା ସଂଯୋଜକ FRA ସେଲ ଶ୍ରୀ ଦ୍ରୋଣ ସୁନା ଶିରୋନାମା ଅନୁମୋଦନ ହୋଇଥିବା 313 ଟି ଗ୍ରାମ ରେ ଗୋଷ୍ଠୀ ଜଙ୍ଗଲ ସମ୍ପଦ ପରିଚାଳନା ଯୋଜନା ପ୍ରସ୍ତୁତି କରିବା ନିମନ୍ତେ ସମସ୍ତଙ୍କୁ ବୁଝାଇ ଥିଲେ | ପ୍ରଦାନ ଅନୁଷ୍ଠାନ ର ଜିଲ୍ଲା FRA ସଂଯୋଜକ ଶ୍ରୀ ବ୍ରଜ କିଶୋର ଦାସ କମିଟି ର ଗଠନ, ଦାୟିତ୍ୱ, ଉଦ୍ଦେଶ୍ୟ, ଲକ୍ଷ୍ୟ, ପରିଚାଳନା ବାବଦରେ ସମସ୍ତଙ୍କୁ ତାଲିମ୍ ଦେଇଥିଲେ | ପ୍ରଦାନ ଏସଂସ୍ଥା ର ମନୋଜ କୁମାର ସାହୁ, ଭୁବନେଶ୍ୱର କେନ୍ଦ୍ର ଆଦିବାସୀ ମନ୍ତ୍ରାଳୟ ଦ୍ୱାରା ପ୍ରସ୍ତୁତ ହୋଇଥିବା ଗୋଷ୍ଠୀ ଜଙ୍ଗଲ ସମ୍ବଳ ଯୋଜନା ପ୍ରଣୟନ ମାର୍ଗଦର୍ଶିକା ବାବଦରେ ତାଲିମ୍ ଦେଇଥିଲେ |ଏହି କାର୍ଯ୍ୟକ୍ରମ ରେ 10 ଟି ତହସିଲ ର FRA ବ୍ଲକ ସଂଯୋଜକ ଓ ମିସ କୋର୍ଡିନେଟର, ଜଙ୍ଗଲ ବିଭାଗ ଅଧିକାରୀ, ସମସ୍ତ ବ୍ଲକ ର ସମାଜ ମଙ୍ଗଳ ଅଧିକାରୀ, ସେବାଜଗତ, ସେବାନିକେତନ, ଦାପ୍ତା, ଗ୍ରାମ ବିକାଶ, ପ୍ରଦାନ ଅନୁଷ୍ଠାନ ର ସହକର୍ମୀ ମାନେ ଉପସ୍ଥିତ ରହି ତାଲିମ୍ ରେ ଅଂଶଗ୍ରହଣ କରିଥିଲେ | ଜିଲ୍ଲା ମଙ୍ଗଳ କାର୍ଯ୍ୟାଳୟ ଶ୍ରୀ ପ୍ରଶାନ୍ତ ଗର୍ଡିଆ, ପ୍ରଦାନ ସଂସ୍ଥା ତରଫରୁ ବରୁଣ ଶର୍ମା, ଶୁଶାନ୍ତ ଭୋପା କାର୍ଯ୍ୟକ୍ରମ ସଂଯୋଜନା ରେ ସହଯୋଗ କରିଥିଲେ

ଜିଲ୍ଲା ସ୍ତରୀୟ ଗୋଷ୍ଠୀ ଜଙ୍ଗଲ ସମ୍ବଳ ପରିଚାଳନା ତାଲିମ୍ ଶିବିର
କଳାହାଣ୍ଡି:୨୮/୨(ଗ୍ରାମୀଣ ଏକ୍ସପ୍ରେସ)ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷ , କଳାହାଣ୍ଡି ଠାରେ ଜିଲ୍ଲା ମଙ୍ଗଳ ଅଧିକାରୀ ଓ ପ୍ରଦାନ ଅନୁଷ୍ଠାନ ର ମିଳିତ ସହଯୋଗରେ ଜିଲ୍ଲା ସ୍ତରୀୟ ଗୋଷ୍ଠୀ ଜଙ୍ଗଲ ସମ୍ବଳ ପରିଚାଳନା ତାଲିମ୍ ଶିବିର..

Previous Post
Next Post
Latest News

Stay Connected
About the Author

AF themes
Easy WordPress Websites Builder: Versatile Demos for Blogs, News, eCommerce and More – One-Click Import, No Coding! 1000+ Ready-made Templates for Stunning Newspaper, Magazine, Blog, and Publishing Websites.

Search the Archives
Access over the years of investigative journalism and breaking reports
You May Have Missed
















Leave a Reply