କଲମପୁର ରେ ସମ୍ବାଦ ଆମ ଓଡିଶା, ରକ୍ତଦାତା ସମନ୍ୱୟ ସମିତି କଲମପୁର, ନେତାଜୀ ସେବା ସଂଗଠନ ର ମିଳିତ ଆନୁକୂଲ୍ୟରେ ମେଘା ରକ୍ତଦାନ ଶିବିର ଅନୁଷ୍ଠିତ

Lorem Ipsum is simply dummy text of the printing and typesetting industry. Lorem Ipsum has been the industry’s standard

କଳାହାଣ୍ଡି ଜିଲ୍ଲା କଲମପୁର ବ୍ଲକ ଅନ୍ତର୍ଗତ କଲମପୁର କଲ୍ୟାଣ ମଣ୍ଡପ ଠାରେ ସମ୍ବାଦ ଆମ ଓଡିଶା, ରକ୍ତଦାତା ସମନ୍ୱୟ ସମିତି କଲମପୁର, ନେତାଜୀ ସେବା ସଂଗଠନ ବ୍ରାହ୍ମଣ କେନ୍ଦୁଗୁଡା ଏବଂ ଭୁବନେଶ୍ୱର ବେହେରା ମେମୋରିଆଲ ୟୁଥ ଅର୍ଗାନାଇଜେସନ ର ମିଳିତ ଆନୁକୂଲ୍ୟରେ ଗୁରୁବାର ମେଘା ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି l ଏହି ଶିବିର ରେ ମାନ୍ୟବର ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପାଟ୍ଟଯୋଶୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶିବିର ର ଶୁଭ ଉଦଘାଟନ କରିଥିଲେ l ଡା. ନିହାରେନ୍ଦ୍ର ପଣ୍ଡା ଅତିରିକ୍ତ ଜନସ୍ୱାସ୍ଥ୍ୟ ଅଧିକାରୀ ଭବାନୀପାଟଣା ମୁଖ୍ୟବକ୍ତା, ସମ୍ମାନିତ ଅତିଥି ଭାବେ.କଳମପୁର ବିଡ଼ିଓ ବିଜୟ କୁମାର ମାଡାଙ୍ଗୀ, ତହସିଲଦାର ସ୍ମରଣିକା ତୁଳ, ବିଇଓ ମଧୁସ୍ମିତା ନାଏକ, ଡା. ସୋନାଲିକା ପଣ୍ଡା, ଅବସର ପ୍ରାପ୍ତ ଆଇ ଆର ଏସ ଗଙ୍ଗାଧର ମାଝୀ, ଥାନା ଭାରପ୍ରାପ୍ତ ଅଧିକାରୀ ଶିବ ଶଙ୍କର ମହାନ୍ତି, ଚିନ୍ମୟ ବେହେରା, ବିଜୟ ପଣ୍ଡା, ପ୍ରମୁଖ ମଞ୍ଚାସିନ ରହିଥିବା ବେଳେ ରକ୍ତଦାତା ସମନ୍ୱୟ ସମିତି ସଭାପତି ସଂଜୀବ କୁମାର ଠାକୁର ସଭାପତିତ୍ୱ କରିଥିଲେ l ଅନ୍ୟ ମାନଙ୍କ ମଧ୍ୟରେ ଅବସର ପ୍ରାପ୍ତ ବିଇଓ ମୋହନ ସୁନ୍ଦର ପଣ୍ଡା, ପୂର୍ବତନ ସରପଞ୍ଚ ଚତୁର୍ଭୁଜ ପଣ୍ଡା, ଅବିନାଶ ମୁଣ୍ଡ ଏବଂ ପ୍ରଶାନ୍ତ ମାଝୀ ମଞ୍ଚ ପରିଚାଳନା କରିଥିଲେ l ବରିଷ୍ଠ କିରାଣୀ ଚନ୍ଦ୍ରଶେଖର ସାହୁ ପରିଚୟ ପ୍ରଦାନ କରିଥିଲେ l ସମ୍ବାଦ ପ୍ରତିନିଧି ଚକ୍ରଧର ନାଏକ ଧନ୍ୟବାଦ ପ୍ରଦାନ କରିଥିଲେ l ଲଳିତ ବିଶି, ଦର୍ଶନ ଗୁପ୍ତା ପରିଚାଳନା କ୍ଷେତ୍ରରେ ସହଯୋଗ କରିଥିଲେ

About the Author

Dambarudhar Avatar

Leave a Reply

Your email address will not be published. Required fields are marked *

Latest News

View All

About the Author

Easy WordPress Websites Builder: Versatile Demos for Blogs, News, eCommerce and More – One-Click Import, No Coding! 1000+ Ready-made Templates for Stunning Newspaper, Magazine, Blog, and Publishing Websites.

Search the Archives

Access over the years of investigative journalism and breaking reports