ସରକାରୀ ପ୍ରାଥମିକ ବିଦ୍ୟାଳୟ, ପାବଲି ରେ ଆମ ସଂସ୍କୃତି ଆମ ଖେଳଣା _ଉତ୍ସବ ଅନୁଷ୍ଠିତ

ଜୟପାଟଣା:୪/୨(ଗ୍ରାମୀଣ ଏକ୍ସପ୍ରେସ)ଜୟପାଟଣା ବ୍ଳକ ଅନ୍ତର୍ଗତ ବଡକର୍ଲାକୋଟ କ୍ଳଷ୍ଟର ଅଧୀନସ୍ଥ ପାବଲି ପ୍ରାଥମିକ ବିଦ୍ୟାଳୟରେ ଆମ ସଂସ୍କୃତି ଆମ ଖେଳଣା ଅନୁଷ୍ଠିତ ହୋଇଯାଇଛି ।ଏହି କାର୍ଯ୍ୟକ୍ରମ ଉତ୍ସବରେ ସଭାପତିତ୍ବ କରିଥିଲେ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି..

Read Time

ଜୟପାଟଣା:୪/୨(ଗ୍ରାମୀଣ ଏକ୍ସପ୍ରେସ)ଜୟପାଟଣା ବ୍ଳକ ଅନ୍ତର୍ଗତ ବଡକର୍ଲାକୋଟ କ୍ଳଷ୍ଟର ଅଧୀନସ୍ଥ ପାବଲି ପ୍ରାଥମିକ ବିଦ୍ୟାଳୟରେ ଆମ ସଂସ୍କୃତି ଆମ ଖେଳଣା ଅନୁଷ୍ଠିତ ହୋଇଯାଇଛି ।ଏହି କାର୍ଯ୍ୟକ୍ରମ ଉତ୍ସବରେ ସଭାପତିତ୍ବ କରିଥିଲେ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ତଥା ସାମ୍ବାଦିକ ଶ୍ରୀଯୁକ୍ତ ରାଜୁ ପାହାଡ ମୁଖ୍ୟଅତିଥି ଭାବେ ଜୟପାଟଣା ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ପ୍ରେମ ନାରାୟଣ ପଣ୍ଡା ଏବଂ ସମ୍ମାନିତ ଅତିଥି ଭାବେ ଶ୍ରୀ ସୁରେନ୍ଦ୍ର ମୋହନ ଯୋଶୀ ଗୋଷ୍ଠୀ ସାଧନ କେନ୍ଦ୍ର ସଂଯୋଜକ ତଥା ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ,ଶ୍ରୀଯୁକ୍ତ ପ୍ରଭାତ କୁମାର ଖମାରୀ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀଶ୍ରୀଯୁକ୍ତ ଶୋଭାରାମ ଜାଲ ବରିଷ୍ଠ ସଂସ୍ଥାପକ,ଶ୍ରୀଯୁକ୍ତ ସିଦ୍ଧାର୍ଥ ମିଶ୍ର ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ବଡକର୍ଲାକୋଟ ଯୋଗ ଦେଇଥିଲେ। ଉତ୍ସବକୁ ପ୍ରାଥମିକ ଭାବରେ ଅତିଥି ମାନଙ୍କ ଦ୍ଵାରା ଶ୍ରୀ ଗଣେଶଙ୍କ ପୂଜାର୍ଚ୍ଚନା କରାଯାଇ ଆରମ୍ଭ କରିଥିବାବେଳେ ଛାତ୍ର ଛାତ୍ରୀ ଙ୍କ ଦ୍ୱାରା ଅତିଥି ମାନଙ୍କୁ ପୁଷ୍ପ ଗୁଚ୍ଛ ଦେଇ ଅବିବାଦନ କରାଯାଇଥିଲା ।ଉତ୍ସବ ଯୋଗଦାନ କରିଥିବା ସମସ୍ତ ମୁଖ୍ୟ ଅତିଥି ଓ ସମ୍ମାନୀୟ ଅତିଥି ଆମ ସଂସ୍କୃତି ଆମ ଖେଳଣା କୁ ଉଦଘାଟନ କରିବାସହ ଆମ ସଂସ୍କୃତି ଏବଂ କଳାର ବିକାଶ ଘଟିଲେ ଆମ ବ୍ୟକ୍ତିଗତ ଜୀବନ କୁ କିପରି ପ୍ରଭାବିତ କରେ ସେ ସମ୍ପର୍କରେ ମତ ପୋଷଣ କରିଥିଲେ।ମୁଖ୍ୟ ଅତିଥି ଓ ସମ୍ମାନୀୟ ଅତିଥି ଶିଶୁମାନଙ୍କ ଠାରେ ଥିବା ଅନ୍ତର୍ନିହିତ ଗୁଣାବଳୀ ତଥା କଳା ର ବିକାଶ ଦିଗରେ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଏବଂ ପିତା ମାତା ସଚେତନ ହେବା ଉଚିତ୍ ବୋଲି ମତବ୍ୟକ୍ତ କରିଥିଲେ।ବିଦ୍ୟାଳୟ ରେ ଛାତଛାତ୍ରୀ ମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ କରାଯାଇଥିଲା।ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥିବା ପ୍ରତିଯୋଗୀ ଙ୍କୁ ମୁଖ୍ୟ ଅତିଥି ଙ୍କ ଦ୍ଵାରା ସାର୍ଟିଫିକେଟ ସହ ପୁରସ୍କାର ପ୍ରଦାନ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମ କୁ ସୂଚାରୁ ରୂପେ ପରିଚାଳନା କରିବା ପାଇଁ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଶ୍ରୀ ଜ୍ୟୋତି ରଞ୍ଜନ ରାଉତ,ସହକାରୀ ଶିକ୍ଷକ ଶ୍ରୀ ରବିଶଙ୍କର ବାଣୁଆଁ, ଶ୍ରୀ ଶୁଭଙ୍କର ମିସ୍ତ୍ରୀ,ବିଜାପଡା ନୂତନ ପ୍ରାଥମିକ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଶ୍ରୀ ଡମ୍ବରୁଧର ସିଙ୍ଗପୁରିଆ,ଲାଖବାହାଲି ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ପ୍ରକାଶ ଖମାରୀ, ବାଞ୍ଜିବାହାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ସହ ଶିକ୍ଷକ ଅମୂଲ୍ୟ ସାହୁ ଆଦି ସହଯୋଗ କରିଥିଲେ। ପରିଶେଷରେ ପ୍ରଧାନ ଶିକ୍ଷକ ଶ୍ରୀ ଜ୍ୟୋତି ରଞ୍ଜନ ରାଉତ ଅତିଥି ମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ଓ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ସଭାସାଙ୍ଗ କରିଥିଲେ ।

About the Author

Dambarudhar Avatar

Leave a Reply

Your email address will not be published. Required fields are marked *

Latest News

View All

About the Author

Easy WordPress Websites Builder: Versatile Demos for Blogs, News, eCommerce and More – One-Click Import, No Coding! 1000+ Ready-made Templates for Stunning Newspaper, Magazine, Blog, and Publishing Websites.

Search the Archives

Access over the years of investigative journalism and breaking reports