ଓଡ଼ିଶା ପ୍ରେସ କ୍ଲବର ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ

ସମ୍ବଲପୁର:୨/୩(ଗ୍ରାମୀଣ ଏକ୍ସପ୍ରେସ) ଯେଉଁ ଦେଶରେ ଶାସନ ଯେତେ ସ୍ୱଚ୍ଛ ଓ ନିର୍ମଳ ସେହି ଦେଶ ସେତେ ସମୃଦ୍ଧ । ସ୍ଵଚ୍ଛତା ପାଇଁ ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ ଗଣମାଧ୍ୟମର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ ।..

Read Time

ସମ୍ବଲପୁର:୨/୩(ଗ୍ରାମୀଣ ଏକ୍ସପ୍ରେସ)
ଯେଉଁ ଦେଶରେ ଶାସନ ଯେତେ ସ୍ୱଚ୍ଛ ଓ ନିର୍ମଳ ସେହି ଦେଶ ସେତେ ସମୃଦ୍ଧ । ସ୍ଵଚ୍ଛତା ପାଇଁ ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ ଗଣମାଧ୍ୟମର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ । ଏହି ପରିପ୍ରେକ୍ଷୀରେ ଏହି ମୂଳ ଲକ୍ଷକୁ ସାକାର କରିବା ପାଇଁ ଏବଂ ସାମ୍ବାଦିକ ମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ରାଜ୍ୟରେ ଏକ ସଶକ୍ତ ସାମ୍ବାଦିକ ସଂଘ ଓଡ଼ିଶା ପ୍ରେସ କ୍ଲବ ଗଠନ ହୋଇ ଯାଇଛି । ଆଜି ସମ୍ବଲପୁର ସ୍ଥିତ ପୂର୍ତ୍ତ ବିଭାଗ ଡାକବଙ୍ଗଳା ଠାରେ ସଂଘର ଅନୁଷ୍ଠିତ ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ ହୋଇଥିଲା ।
ଏହି ବୈଠକରେ ସମ୍ବଲପୁର,ବରଗଡ଼,ସୁନ୍ଦରଗଡ଼,ଦେବଗଡ଼,କଳାହାଣ୍ଡି,ସୁବର୍ଣ୍ଣପୁର, ବୌଧ,ଝାରସୁଗୁଡ଼ା,ବଲାଙ୍ଗୀର,ସୋନପୁର,ଗଞ୍ଜାମ,ରାୟଗଡ଼ା,କୋରାପୁଟ,ନବରଙ୍ଗପୁର,ଢେଙ୍କାନାଳ,ଅନୁଗୁଳ,ରାଇକିଆ,ନୂଆପଡ଼ା,ମୟୂରଭଞ୍ଜ,ଭଦ୍ରକ ଆଦି ଜିଲ୍ଲାରୁ ଅନେକ ବରିଷ୍ଠ ସାମ୍ବାଦିକ ଗଣ ଯୋଗଦେଇ ରାଜ୍ୟରେ ଏକ ଦୁର୍ନୀତି ମୁକ୍ତ ବଳିଷ୍ଠ ସଂଗଠନର ମୂଳଦୁଆ ପକାଇଛନ୍ତି । ଆଜି ବୈଠକରେ ସର୍ବ ସମ୍ମତି କ୍ରମେ ସଂଘର ସଭାପତି ଭାବେ ଆଶୁତୋଷ ରଥ,ଉପ ସଭାପତି ରାଧେଶ୍ୱାମ ପଣ୍ଡା,ବିଜୟ ଆଚାର୍ଯ୍ୟ, କାହ୍ନୁ ଚରଣ ସାହୁ, ସାଧାରଣ ସମ୍ପାଦକ ଭାବେ ଜଗମୋହନ ପଟ୍ଟନାୟକ,ଯୁଗ୍ମ ସମ୍ପାଦକ ଭାବେ ମହେଶ ଶତପଥୀ,ଆଲୋକ କୁମାର ଦାସ,ସିଦ୍ଧେଶ୍ୱର ଗିରୀ,କୋଷାଧ୍ୟକ୍ଷ ଭାବେ ସୁମନ୍ତ ଆଚାର୍ଯ୍ୟ,ଉପଦେଷ୍ଟା ସଦସ୍ୟ ଟିକେଶ୍ୱର ପ୍ରଧାନ,ପଙ୍କଜ କୁମାର ସାହୁ ପ୍ରମୁଖଙ୍କୁ ଚୟନ କରାଯାଇଛି । ଆଗାମୀ ଦିନରେ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ବ ଗୁଡ଼ିକ ସମ୍ପ୍ରସାରଣ ହେବାକୁ ସଂଘ ପକ୍ଷରୁ ସୂଚନା ଦିଆ ଯାଇଛି ।

About the Author

Dambarudhar Avatar

Leave a Reply

Your email address will not be published. Required fields are marked *

Latest News

View All

About the Author

Easy WordPress Websites Builder: Versatile Demos for Blogs, News, eCommerce and More – One-Click Import, No Coding! 1000+ Ready-made Templates for Stunning Newspaper, Magazine, Blog, and Publishing Websites.

Search the Archives

Access over the years of investigative journalism and breaking reports