ମୋହନଗୁଡା ସରକାରୀ ବିଦ୍ୟାଳୟ ଠାରେ,ଆମ ସଂସ୍କୃତି ଆମ ଖେଳଣା କାର୍ଯ୍ୟକ୍ରମ ଅନୁଷ୍ଠିତ

ଜୟପାଟଣା:୩୦/୩(ଗ୍ରାମୀଣ ଏକ୍ସପ୍ରେସ)ରେଙ୍ଗାଲ ପାଳି କ୍ଲଷ୍ଟର ମୋହନଗୁଡା ପ୍ରାଥମିକ ବିଦ୍ୟାଳୟ ପରିସରରେ ସମଗ୍ର ଶିକ୍ଷା ଆନୁକୂଲ୍ୟରେ “ଆମ ସଂସ୍କୃତି ଆମ ଖେଳଣା” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଲୁରେଶନ ନାଏକ ଙ୍କ..

ଜୟପାଟଣା:୩୦/୩(ଗ୍ରାମୀଣ ଏକ୍ସପ୍ରେସ)ରେଙ୍ଗାଲ ପାଳି କ୍ଲଷ୍ଟର ମୋହନଗୁଡା ପ୍ରାଥମିକ ବିଦ୍ୟାଳୟ ପରିସରରେ ସମଗ୍ର ଶିକ୍ଷା ଆନୁକୂଲ୍ୟରେ “ଆମ ସଂସ୍କୃତି ଆମ ଖେଳଣା” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଲୁରେଶନ ନାଏକ ଙ୍କ ସଭାପତିତ୍ୱରେ ଓ ବିଦ୍ୟାଳୟର ସଭାପତି ଶ୍ରୀଯୁକ୍ତ ହିମାଞ୍ଚଳ ମାଝୀଙ୍କ ଉଦ୍ୟମକ୍ରମେ ଆମ ସଂସ୍କୃତି ଆମ ଖେଳଣା କାର୍ଯ୍ୟକ୍ରମ ବହୁତ ସୁନ୍ଦର ଭାବରେ ଅନୁଷ୍ଠିତ ହେଇ ଥିଲା, ଏହି କାର୍ଯ୍ୟକ୍ରମରେ ପୁରୁଣା ଛାତ୍ରଛାତ୍ରୀ, ଶିକ୍ଷାବିଦ, ସମାଜସେବୀ, ଅଙ୍ଗନୱାଡି କ୍ରମୀ, ଆଶାକର୍ମୀ, ଯୁବସମାଜ,ସମସ୍ତେ ସକ୍ରିୟ ଭାବରେ ଏହି କାର୍ଯ୍ୟକ୍ରମ ଯୋଗ ଦେଇଥିଲେ। ।”ଆମ ସଂସ୍କୃତି ଆମ ଖେଳଣା” କାର୍ଯ୍ୟକ୍ରମ ସଂସ୍କୃତିର ସୁରକ୍ଷା ଓ ପୁନରୁଦ୍ଧାର କ୍ଷେତ୍ରରେ ଏକ ସମୟୋପଯୋଗୀ ଓ ସ୍ୱାଗତ ଯୋଗ୍ୟ ପଦକ୍ଷେପ ବୋଲି ପ୍ରଧାନ ଶିକ୍ଷକ ଶ୍ରୀ ନାଏକ ନିଜ ବକ୍ତବ୍ୟରେ କହିଥିଲେ,ମାଟିରେ ଖେଳଣା ତିଆରି କରିବା ଦ୍ୱାରା ପିଲାମାନଙ୍କର ହାତର କୌଶଳ ଓ ବୌଦ୍ଧିକ ବିକାଶ ଘଟିଥାଏ ବୋଲି ମୁଖ୍ୟ ଅତିଥି କହିଥିଲେ,ଆମ ସଂସ୍କୃତିରେ ଖେଳଣାର ମହତ୍ତ୍ୱ ଓ ଶିକ୍ଷଣୀୟ କାର୍ଯ୍ୟରେ ତାର ବ୍ୟବହାର ବିଷୟରେ କହିଥିଲେ । ଏହି ଅବସରରେ ଛାତ୍ର ଛାତ୍ରୀମାନଙ୍କ ଦ୍ୱାରା ତିଆରି ବିଭିନ୍ନ ପ୍ରକାରର ସଂସ୍କୃତି ଆଧାରିତ ଖେଳଣା ପ୍ରଦର୍ଶନ କରାଯାଇଥିଲା,ମାଟିରେ ତିଆରି ସୁନ୍ଦର ସୁନ୍ଦର ବିଭିନ୍ନ ଘର କରଣା ଜିନିଷ, ପନିପରିବା, ଘର, ଖେଳଣା, ପିଠା ପଣା, ଦେବଦେବୀ, ମନ୍ଦିର ଆଦି ନିଜେ ନିଜେ ତିଆରି କରି ପ୍ରଦର୍ଶିତ କରି ଥିଲେ, ଛାତ୍ରଛାତ୍ରୀ ମାନଙ୍କୁ ନେ଼ଇ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ପରିଚାଳନା କରା ଯାଇଥିଲା।ସିଆରସିସି ଶ୍ରୀ ଦେବବର ନିଆଲ ମୁଖ୍ୟଅତିଥି,ରେଙ୍ଗାଲ ପାଳି ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଲଳିତ କୁମାର ନାଏକ ମୁଖ୍ୟବକ୍ତା ଭାବେ ଏହି ଉତ୍ସବରେ ଯୋଗ ଦେଇଥିଲେ, ସମ୍ମାନୀୟ ଅତିଥି ଭାବରେ ପ୍ରଧାନ ଶିକ୍ଷକ ରମାକାନ୍ତ ମାଝୀ, ନବ କିଶୋର ନାଏକ, ଥବିର ସାହୁ, ଶିକ୍ଷକ ଗଣେଶ ଶବର, ଶିକ୍ଷାବିଦ ମଦନ ମୋହନ ଶବର, ରଞ୍ଜିତ କୁମାର ବରିହା ମଞ୍ଚ ପରଚାଳନା କରି ଥିବା ବେଳେ ନିବେଦିତା ବରିହା ଓ ଧରିତ୍ରୀ ଦାସ ସହଯୋଗ କରିଥିଲେ

About the Author

Dambarudhar Avatar

Leave a Reply

Your email address will not be published. Required fields are marked *

Latest News

View All

About the Author

Easy WordPress Websites Builder: Versatile Demos for Blogs, News, eCommerce and More – One-Click Import, No Coding! 1000+ Ready-made Templates for Stunning Newspaper, Magazine, Blog, and Publishing Websites.

Search the Archives

Access over the years of investigative journalism and breaking reports