କଲମପୁର:୨୭/୦୫(ଗ୍ରାମୀଣ ଏକ୍ସପ୍ରେସ)
ପ୍ରଚଣ୍ଡ ଗ୍ରୀଷ୍ମତାପ ଯୋଗୁଁ ଜନଜୀବନ ଅତିଷ୍ଟ, ଗ୍ରୀଷ୍ମ ଋତୁରେ ସ୍ଥାନେ ସ୍ଥାନେ ପିଇବା ପାଣି ଜଲଛତ୍ର ଯୋଗାଇ ଦିଆଯାଉଛି,ହେଲେ କଳାହାଣ୍ଡି ଜିଲ୍ଲା କଲମପୁର ବ୍ଲକ ମୀନଗୁର ପଞ୍ଚାୟତ ମିନଗୁର୍ ମଣ୍ଡି ଠାରେ ରବିଧାନ ସଂଗ୍ରହ ଚାଲିଛି, ଏହି ଧାନ ସଂଗ୍ରହକୁ ନେଇ ଚାଷୀ,ହେମାଳ ଅନେକ ସାଧାରଣ ଲୋକଙ୍କ ମିନଗୁର୍ ମଣ୍ଡିରେ ଭିଡ଼ ଦେଖିବାକୁ ମିଳୁଛି, ହେଲେ ପିଇବା ପାଣି ନଥିବାରୁ ବହୁ ନୟାନ୍ତ ହେଉଛନ୍ତି ଚାଷୀ ଓ ହେମାଳ,ନଳକୂପ ଟିଏ ଅଛି କିନ୍ତୁ ଏକ ଚିନ୍ତାଜନକ ସମସ୍ୟା ଦେଖାଯାଉଛି ଯେଉଁଠାରେ ଅବ୍ୟବହୃତ ନଳକୂପଗୁଡ଼ିକ ତୀକ୍ଷ୍ଣ, ଇସ୍ପାତ ଭଳି ଗନ୍ଧ ସହିତ ପାଣି ଉତ୍ପାଦନ କରୁଛନ୍ତି – ଯାହା ଏହାର ସୁରକ୍ଷା ଏବଂ ସ୍ୱାସ୍ଥ୍ୟ ପ୍ରଭାବ ବିଷୟରେ ଚିନ୍ତା ସୃଷ୍ଟି କରୁଛି,ପିଇବା ଅନୁପଯୋଗୀ ହୋଇନଥିବାରୁ ଡହଳ ବିକଳ ହେଉଛନ୍ତି ।ଯେତେବେଳେ ପୁରୁଣା ନଳକୂପରୁ ପାଣି କାଢ଼ି ଥାନ୍ତି,ଏହା ଲୁହା ପରି ଗନ୍ଧ ଆଣିଥାଏ, ସେହି ପାଣିକୁ ପିଇବା ପରେ ପେଟରେ ଜଳାପୋଡ଼ା ଏବଂ ଅସ୍ୱସ୍ତି ଅନୁଭବ କରୁଛନ୍ତି ବୋଲି ଚାଷୀ ମତ ପ୍ରକାଶ କରିଛନ୍ତି, ଏହି ପରି ପରିସ୍ଥିତିରେ ମଣ୍ଡିରେ ପାନୀୟ ଜଳ ଯୋଗାଇ ଦେବା ନିୟମ ଥିଲା ବେଳେ ପ୍ରଚଣ୍ଡ ଖରାରେ ପାଣି ନ ମିଳିବା ଏକ ଦୁଃଖଦାୟକ ଅଟେ,ଏ ବିଷୟରେ ବିଭାଗୀୟ ଅଧିକାରୀଙ୍କୁ ଅଭିଯୋଗ କରିଥିଲେ ମଧ୍ୟ ସମସ୍ୟାର ସମାଧାନ ହେଇ ପାରୁନାହିଁ,ସ୍ଥାନୀୟ ଲୋକମାନେ ଜଳର ଗୁଣବତ୍ତା ପରୀକ୍ଷା କରି ଆବଶ୍ୟକୀୟ ପଦକ୍ଷେପ ନେବାକୁ କର୍ତ୍ତୃପକ୍ଷଙ୍କୁ ଅନୁରୋଧ କରୁଛନ୍ତି,ସେହି ନଳକୂପ ସଫା କରିବା, କଟା ପାଇପ୍ ବଦଳାଇବା, କିମ୍ବା ବିକଳ୍ପ ଜଳ ଉତ୍ସ ଯୋଗାଇବା ପାଇଁ ଦାବି କରିଛନ୍ତି।
ମିନଗୁର ମଣ୍ଡିରେ ପାନୀୟ ଜଳ ସମସ୍ୟା
କଲମପୁର:୨୭/୦୫(ଗ୍ରାମୀଣ ଏକ୍ସପ୍ରେସ) ପ୍ରଚଣ୍ଡ ଗ୍ରୀଷ୍ମତାପ ଯୋଗୁଁ ଜନଜୀବନ ଅତିଷ୍ଟ, ଗ୍ରୀଷ୍ମ ଋତୁରେ ସ୍ଥାନେ ସ୍ଥାନେ ପିଇବା ପାଣି ଜଲଛତ୍ର ଯୋଗାଇ ଦିଆଯାଉଛି,ହେଲେ କଳାହାଣ୍ଡି ଜିଲ୍ଲା କଲମପୁର ବ୍ଲକ ମୀନଗୁର ପଞ୍ଚାୟତ ମିନଗୁର୍ ମଣ୍ଡି ଠାରେ..

Previous Post
Next Post
Latest News

Stay Connected
About the Author

AF themes
Easy WordPress Websites Builder: Versatile Demos for Blogs, News, eCommerce and More – One-Click Import, No Coding! 1000+ Ready-made Templates for Stunning Newspaper, Magazine, Blog, and Publishing Websites.

Search the Archives
Access over the years of investigative journalism and breaking reports
You May Have Missed
















Leave a Reply