କଳାହାଣ୍ଡି:୨୯/୦୫(ଗ୍ରାମୀଣ ଏକ୍ସପ୍ରେସ)କଳାହାଣ୍ଡି ଜିଲ୍ଲା କଲମପୁର ଥାନା ଅନ୍ତର୍ଗତ ଦେପୁର ଗ୍ରାମରେ ହୃଦୟବିଦରକ ଘଟଣା ଦେଖିବାକୁ ମିଳିଛି।ଗୁଣିଗାରିଡି ସନ୍ଦେହରେ ଏକ ହତ୍ୟାକାଣ୍ଡ ଘଟିଛି।ଏକ ପୋଖରୀରୁ ମୁଣ୍ଡ ବିହନ ଗଳିତ ମୃତ ଦେହ ଉଦ୍ଧାର କରିଛି ପୋଲିସ।।ଦେପୁର ଗ୍ରାମର ରୂପସିଂ ମାଝୀ (୬୫)ଗତ ୧୧ ତଳେ ସନ୍ଧ୍ୟା ସମୟରେ ନିଖୋଜ ହୋଇଯାଇଥିଲେ ।ପରବର୍ତ୍ତୀ ସମୟରେ ମୃତକ ଙ୍କ ଘର ଲୋକେ ହତ୍ୟା ଅଭିଯୋଗ ଆଣିଥିଲେ।ଏ ନେଇ କଲମପୁର ଥାନାରେ ଅଭିଯୋଗ ହେଲା ପରେ କଳାହାଣ୍ଡି ଏସ୍ପି ଙ୍କ ନିର୍ଦେଶ କ୍ରମେ ଜୟପାଟଣା, ଜୁନାଗଡ଼ ଓ କଲମପୁର ପୋଲିସ କୁ ନେଇ ଏକ ଟିମ ଗଠନ କରାଯାଇଥିଲା।ଗାଁ ରୁ ଫେରାର ମାରିଥିବା କିଛି ଯୁବକଙ୍କୁ ଖୋଜାଖୋଜି କରିଥିଲା।ସୁରାଗ ପାଇ ପୋଲିସ ଦେପୁର ଗ୍ରାମର ଲିଙ୍ଗରାଜ ମାଝୀ ଏ ନିଖୋଜ ରେ ସାମିଲ ଥିବା ଜାଣିବାକୁ ପାଇଥିଲେ।ପରେ ଅଭିଯୁକ୍ତକୁ ଗୋଆ ରୁ ଆଣି ଗାଁ ରେ ତଦନ୍ତ କରି ଥିବା ବେଳେ ଅଭିଯୁକ୍ତ ଲିଙ୍ଗରାଜ ରୂପସିଂ ଙ୍କୁ ମାରି ଗାଁର ବଡ଼ବନ୍ଧ ପୋଖରୀ ରେ ଫିଙ୍ଗି ଦେଇଥିବା ସ୍ୱୀକାର କରିଥିଲା।ଏ ନେଇ ପୋଖରୀରେ ଅଗ୍ନିଶମ ବିଭାଗ କର୍ମଚାରୀ ଖୋଜିଥିବା ବେଳେ ମୁଣ୍ଡ ବିହନ ଶବ ଉଦ୍ଧାର କରାଯାଇଛି।କିନ୍ତୁ ଏ ଯାଏଁ ମୁଣ୍ଡ ମିଲିନାହିଁ ବର୍ତ୍ତମାନ ପର୍ଯ୍ୟନ୍ତ ମୁଣ୍ଡ ଖୋଜୁଛନ୍ତି ଅଗ୍ନିଶମ ବିଭାଗ କର୍ମଚାରୀ।ତେବେ ପ୍ରାଥମିକ ତଦନ୍ତରୁ ଏହା ଏକ ଗୁଣିଗାରିଡ଼ିକୁ ସନ୍ଧେହ କରି ହତ୍ୟାକାଣ୍ଡ ବୋଲି ଜଣାପଡ଼ିଛି ଅଭିଯୁକ୍ତକୁ ଆଣି ପୋଲିସ ହତ୍ୟା ବେଳର ସିନ ରିକ୍ରିଏସନ କରିଛି କିନ୍ତୁ ମୁଣ୍ଡ କେଉଁ ସ୍ଥାନରେ ଦେ ରଖିଛି ସେ ପ୍ରକାଶ କରୁନାହିଁ। ଘଟଣା ସ୍ଥଳରେ ଏଡିସନାଳ ଏସ୍ପି, ଏସ୍ଡିପିଓ, ଜୟପାଟଣା, ଜୁନାଗଡ଼ ଓ କଲମପୁର ଥାନା ଅଧିକାରୀ ସହପୋଲିସ ଟିମ ରହିଛନ୍ତି।ମୃତକଙ୍କ ଘର ଲୋକେ ହତ୍ୟାକାଣ୍ଡ ପଛରେ ଆଉ କିଏ କିଏ ରହିଛନ୍ତି ତାହାର ତଦନ୍ତ ସହ ଅଭିଯୁକ୍ତକୁ ଫାଶୀ ଦିଆଯାଉ ବୋଲି ଦାବି କରିଛନ୍ତି
ପୋଖରୀରୁ ନିଖୋଜ ବ୍ୟକ୍ତି ର ମୁଣ୍ଡ ବିହନ ଶବ ଉଦ୍ଧାର,ଗୁଣିଗାରିଡ଼ି ସନ୍ଧେହ
କଳାହାଣ୍ଡି:୨୯/୦୫(ଗ୍ରାମୀଣ ଏକ୍ସପ୍ରେସ)କଳାହାଣ୍ଡି ଜିଲ୍ଲା କଲମପୁର ଥାନା ଅନ୍ତର୍ଗତ ଦେପୁର ଗ୍ରାମରେ ହୃଦୟବିଦରକ ଘଟଣା ଦେଖିବାକୁ ମିଳିଛି।ଗୁଣିଗାରିଡି ସନ୍ଦେହରେ ଏକ ହତ୍ୟାକାଣ୍ଡ ଘଟିଛି।ଏକ ପୋଖରୀରୁ ମୁଣ୍ଡ ବିହନ ଗଳିତ ମୃତ ଦେହ ଉଦ୍ଧାର କରିଛି ପୋଲିସ।।ଦେପୁର..
Previous Post
Next Post
Latest News

Stay Connected
About the Author

AF themes
Easy WordPress Websites Builder: Versatile Demos for Blogs, News, eCommerce and More – One-Click Import, No Coding! 1000+ Ready-made Templates for Stunning Newspaper, Magazine, Blog, and Publishing Websites.

Search the Archives
Access over the years of investigative journalism and breaking reports
You May Have Missed

















Leave a Reply