ନବ ବିବାହିତା ମହିଳାଙ୍କ ମୃତ୍ୟୁ, ହତ୍ୟା ଅଭିଯୋଗ ଆଣିଲେ ମାଳତୀ ଙ୍କ ପରିବାର

କଳାହାଣ୍ଡି: (କୋକସରା)୭/୬ କଳାହାଣ୍ଡି ଜିଲ୍ଲା କୋକସରା ଥାନା ଅର୍ନ୍ତଗତ ଆଇଁଲି ଗ୍ରାମରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଦୁଃଖଦ ଘଟଣା। ଜଣେ ନବବିବାହିତା ମହିଳା ଙ୍କ ମୃତ୍ୟୁ ଘଟିଥିବାବେଳେ ମହିଳାଙ୍କ ପରିବାର ପକ୍ଷରୁ ଯୈାତୁକ..

Read Time

କଳାହାଣ୍ଡି: (କୋକସରା)୭/୬ କଳାହାଣ୍ଡି ଜିଲ୍ଲା କୋକସରା ଥାନା ଅର୍ନ୍ତଗତ ଆଇଁଲି ଗ୍ରାମରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଦୁଃଖଦ ଘଟଣା। ଜଣେ ନବବିବାହିତା ମହିଳା ଙ୍କ ମୃତ୍ୟୁ ଘଟିଥିବାବେଳେ ମହିଳାଙ୍କ ପରିବାର
ପକ୍ଷରୁ ଯୈାତୁକ ନିର୍ଯ୍ୟାତନା ସହ ହତ୍ୟା ଅଭିଯୋଗ ଆଣିଥିବା ଜଣାପଡିଛି । ମୃତକଙ୍କ ପରିବାର ପକ୍ଷରୁ ସୁଚନା ଯୋଗ୍ୟ ଯେ କଳାହାଣ୍ଡି ଜିଲ୍ଲା ଆମପାଣି ଥାନା ଅର୍ନ୍ତଗତ କାଉଡୋଲା ଗ୍ରାମର
ଗଗନେ ଛତ୍ରିଆ ନାମକ ଜଣେ ବ୍ୟକ୍ତି
କୋକସରା ଥାନା ଅର୍ନ୍ତଗତ ଆଇଁଲି ଗ୍ରାମର ଲିଙ୍ଗରାଜ ବାଗ ଙ୍କ ସହିତ
୨୦୨୫ମାର୍ଚ୍ଚ ମାସ ଆଠ ତାରିଖ ରେ ବୈବାହିକ ରିତିରିବାଜ ଅନୁସାରେ
ବିବାହ ସମ୍ପନ୍ନ କରିଥିଲେ । ଗୋଟିଏ
ବାଇକ୍ ସହିତ ତାଙ୍କ ଯଥା ସମ୍ଭବ ଘରୋଇ ବ୍ୟବହାର ଉପକରଣ ସାମଗ୍ରୀ ଉଭୟ ଗାଁ ର ସମାଜ ର ଉପସ୍ଥିତିରେ ପ୍ରଦାନ କରିଥିବା କହିଛନ୍ତି । କିନ୍ତୁ କିଛି ଦିନ ଗଲାପରେ ଉଭୟ ମାଳତୀ ଓ ସ୍ୱାମୀ ଲିଙ୍ଗରାଜ ଙ୍କ ମଧ୍ୟରେ ଆରମ୍ଭ ହୋଇଥିଲା ବଚସା ଏମିତି ଧିରେ ଧିରେ ତାଙ୍କ ସୁ ସମ୍ପର୍କ ରେ ଫାଟ ସୃଷ୍ଟି ହେବାରେ ଲାଗିଲା। କେତେବେଳେ ଯୈାତୁକ ନିର୍ଯ୍ୟାତନା ର ଶିକାର ତ ଆଉ କେତେବେଳେ
ଅନ୍ୟ କୈାଣସି ନିର୍ଯ୍ୟାତନା ର ଶିକାର ହୋଇ ଆସୁଥିଲେ ନବ ବିବାହିତା ମହିଳା ମାଳତୀ ।
ମାଳତୀ କୁ ଗାଡିରୁ ପଡି ଦୁର୍ଘଟଣା ହୋଇଛି କହି ଶୁକ୍ରବାର କୋକସରା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଠାରେ ପ୍ରାଥମିକ ଚିକିତ୍ସା କରି ଭବାନୀପାଟଣା ମୁଖ୍ୟ ଡାକ୍ତରଖାନାରୁ ବୁର୍ଲା ମେଡ଼ିକାଲ
ନେବା ସମୟରେ ବାଟରେ ମାଳତୀ ଙ୍କ ମୃତ୍ୟୁ ହୋଇଥିବା ଖବର ପାଇଲା ପରେ ମାଳତୀ ଙ୍କ ପରିବାର ପକ୍ଷରୁ କୋକସରା ଥାନା ଠାରେ
ଯୈାତୁକ ନିର୍ଯ୍ୟାତନା ସହ ଅନେକ ନିର୍ଯ୍ୟାତନା ଦେବା ସହ ମାଳତୀ କୁ ମାଡ ମାରି ହତ୍ୟା କରିଛି ବୋଲି
ଏକ ଲିଖିତ ଅଭିଯୋଗ ପରେ କୋକସରା ପୋଲିସ ତୁରନ୍ତ ଆଇଁଲି ଗ୍ରାମକୁ ଯାଇ ରାତିରେ ପହଞ୍ଚି ଥିବା ମୃତ ଶରୀରର କୁ ଶବଦାହ ନ କରିବା ପାଇଁଁ ଲିଙ୍ଗରାଜ ବାଗ ଙ୍କ ପରିବାର କୁ କହିବା ସହ ପୋଲିସ
ରାତି ଜଗି ରହିଥିଲା । ପରେ ଶନିବାର ଦିନ କୋକସରା ତହସିଲଦାର ଙ୍କ ଉପସ୍ଥିତି ରେ ଭବାନୀପାଟଣା ରୁ ଏକ ସାଇନ୍ଟିଫିକ ଟିମ୍ ସହ କୋକସରା ପୋଲିସ ଛାନ୍ ଭିନ୍ ତଦନ୍ତ ଆରମ୍ଭ କରିଥିଲା ।ପରେ ଶବ ବ୍ୟବଚ୍ଛେଦ କରି ଲିଙ୍ଗରାଜ ବାଗ ଙ୍କ ପରିବାର କୁ ହସ୍ତାନ୍ତର କରିଥିଲା ପୋଲିସ ।
ମାଡ ମାରି ହତ୍ୟା କରି ଦୁର୍ଘଟଣା ର
ରୁପ ଦେଉଛି ଆମକୁ ନ୍ୟାୟ ଦିଆ ଯାଉ ବୋଲି ପୋଲିସ ଆଗରେ ଗୁହାରି କରିଥିଲେ ମୃତକ ମାଳତୀ ଙ୍କ ପରିବାର ,ଧର୍ଯ୍ୟ ଧର ବିଶ୍ଵାସ ରଖ ଭରସା କର ତାର ଉଚିତ ତଦନ୍ତ ହେବ ବୋଲି
ଥାନା ଅଧିକାରୀଣୀ ସ୍ନିଗ୍ଧାରାଣୀ ସୁନା ମୃତକଙ୍କ ପରିବାର କୁ କହି ଥିଲେ ।
ଲିଙ୍ଗରାଜ ବାଗ ଙ୍କୁ ଥାନାରେ ଅଟକ
ରଖି ତଦନ୍ତ ଜାରି ରଖିଥିବା ଜଣାପଡିଛି ।

About the Author

Dambarudhar Avatar

Leave a Reply

Your email address will not be published. Required fields are marked *

Latest News

View All

About the Author

Easy WordPress Websites Builder: Versatile Demos for Blogs, News, eCommerce and More – One-Click Import, No Coding! 1000+ Ready-made Templates for Stunning Newspaper, Magazine, Blog, and Publishing Websites.

Search the Archives

Access over the years of investigative journalism and breaking reports