କୋକସରା:୧୩/୨(ଗ୍ରାମୀଣ ଏକ୍ସପ୍ରେସ)କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ପର୍ଯ୍ୟଟନ ସ୍ଥଳୀ ଗୁଡାହାଣ୍ଡି ଡୋକାରିଚଞ୍ଚରା ରେ ଗତ ରବିବାର ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ଡୁମେରମୁଣ୍ଡା ଗ୍ରାମ ର ୨ ଜଣ ଯୁବକ ବୁଲିବାକୁ ଆସି ଡୋକାରୀ ଦର ଜଳପ୍ରପାତ ର ୬୦ ଫୁଟ ଉପରୁ ସେଲଫି ନେଉଥିବା ବେଳେ ଅସାବଧାନତା କାରଣ ଦୁଇ ଯୁବକ ଙ୍କ ମଧ୍ୟରୁ ଅଭିନାଶ ପରଜା ର ଗୋଡ଼ ଖସି ଜଳପ୍ରପାତ ର ଗଭୀର ଜଳରେ ବୁଡି ନିଖୋଜ ହୋଇଥିଲା। ଖୋଜାଖୋଜି କରିବା ପରେ ମଧ୍ୟ କୌଣସି ସନ୍ଧାନ ନ ମିଳିନଥିଲା। କୋକସରା ଦମକଳ ବିଭାଗ ଓଆସି ପ୍ରଶାନ୍ତ ବାଘଙ୍କ ନେତୃତ୍ୱରେ କର୍ମଚାରୀ ପହଞ୍ଚି ଜଳପ୍ରପାତ ର ଗଭୀର ଜଳରେ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ ମଧ୍ୟ ନିଖୋଜ ଯୁବକ ର କୌଣସି ପତ୍ତା ମିଳିନଥିଲା। ମଙ୍ଗଳବାର ସକାଳୁ ଉଦ୍ଧାର କାର୍ଯ୍ୟ ଜାରି ପରେ ଦମକଳ କର୍ମଚାରୀ ଙ୍କ ଅକ୍ଲାନ୍ତ ସନ୍ଧାନ ପରେ ଜଳପ୍ରପାତ ର ଗଭୀର ପାଣି ରୁ ନିଖୋଜ ଯୁବକ ର ମୃତଦେହ ଠାବ କରିବାରେ ସଫଳ ହୋଇଥିଲେ। ମୃତ ଯୁବକଙ୍କ ଶବ କୁ ବ୍ୟବଚ୍ଛେଦ ପାଇଁ ଆମପାଣି ପୋଲିସ କୋକସରା ହସ୍ପିଟାଲ କୁ ପଠାଇଥିବା ବେଳେ ବ୍ୟବଚ୍ଛେଦ ପରେ ପରିବାର ଲୋକ ଙ୍କୁ ଶବ ହସ୍ତାନ୍ତର କରିଥିଲେ
