ନିର୍ମାଣ ଅଳ୍ପ କିଛି ଦିନ ମଧ୍ୟରେ ରାସ୍ତା ଫାଟି ଆଁ କରିଛି

ଜୟପାଟଣା:୦୩/୦୪(ଗ୍ରାମୀଣ ଏକ୍ସପ୍ରେସ)ଯୋଗାଯୋଗ ବ୍ୟବସ୍ଥାକୁ ସୁଦୃଢ କରିବା ପାଇଁ ସରକାରଙ୍କ ଅନେକ ଯୋଜନା । ଆଉ ଯୋଜନାକୁ ନେଇ ଖର୍ଚ୍ଚ ବି ହେଉଛି କୋଟି କୋଟି ଟଙ୍କା । ହେଲେ ସରକାରୀ ବାବୁଙ୍କ  ଅପାରଗତା ଯୋଗୁଁ..

Read Time

ଜୟପାଟଣା:୦୩/୦୪(ଗ୍ରାମୀଣ ଏକ୍ସପ୍ରେସ)ଯୋଗାଯୋଗ ବ୍ୟବସ୍ଥାକୁ ସୁଦୃଢ କରିବା ପାଇଁ ସରକାରଙ୍କ ଅନେକ ଯୋଜନା । ଆଉ ଯୋଜନାକୁ ନେଇ ଖର୍ଚ୍ଚ ବି ହେଉଛି କୋଟି କୋଟି ଟଙ୍କା । ହେଲେ ସରକାରୀ ବାବୁଙ୍କ  ଅପାରଗତା ଯୋଗୁଁ ରାସ୍ତା ନିର୍ମାଣର କିଛି ଦିନ ଭିତରେ ରାସ୍ତାର ହାଲ ବେହାଲ । ଏଭଳି ଅଭିଯୋଗ ଆସିଛି କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ସର୍ଗୀଗୁଡା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ବାଞ୍ଜିବାହାଲ ରୁ । ସର୍ଗୀଗୁଡାଗ୍ରାମ ବଜାର ଛକ ପର୍ଯ୍ୟନ୍ତ ରାସ୍ତା ଭାଙ୍ଗି ବା ଆରମ୍ଭ ହେଉଛି।
ତେବେ  ଉପର ଇନ୍ଦ୍ରାବତୀ ଜଳସେଚନ ବିଭାଗ ଅଧୀନରେ ନିର୍ମାଣ ହେଉଥିବା ବାମ କେନାଲ ରାସ୍ତା ସବୁ ଅତି ନିମ୍ନମାନର ହେଉଥିବା ନେଇ ବାରମ୍ବାର ଅଭିଯୋଗ ହୋଇ ଆସୁଛି । କେତେକ ରଙ୍ଗ ବୋଳା ରାସ୍ତାକୁ ଫଟୋ ଭିଡିଓ କରି ତଥା ସୋସିଆଲ ମିଡିଆରେ ଚିତ୍ରଣ କରି ସରକାରଙ୍କ ନିକଟରେ ସବୁକିଛି ଠିକ ଦର୍ଶାଉଥିବା ଉପର ଇନ୍ଦ୍ରାବତୀ ଜଳସେଚନ ବିଭାଗର ମିଛ ବର୍ତ୍ତମାନ ଧରା ପଡିଛି ।  ମଙ୍ଗଳପୁର ବ୍ରିଜ୍ ଠାରୁ  କେନାଲ ରାସ୍ତା ପ୍ରାୟ ୨୫ କିଲୋମିଟର ରାସ୍ତା ଉପର ଇନ୍ଦ୍ରାବତୀ ଜଳସେଚନ ବିଭାଗ  ଗତ ମାସରେ ନିର୍ମାଣ ସମ୍ପୂର୍ଣ୍ଣ କରିଥିଲା । କିନ୍ତୁ ବର୍ତ୍ତମାନ ଉକ୍ତ ରାସ୍ତା ମାତ୍ର ଗୋଟିଏ ବର୍ଷାରେ ମାଟି ରାସ୍ତା ଭଳି ଦବି ଯିବା ସହିତ ଅନେକ ସ୍ଥାନରେ ରାସ୍ତାର ମଝିରୁ ଫାଟି ଆଁ କରିଛି ।
ତେବେ ଉପର ଇନ୍ଦ୍ରାବତୀ ଜଳସେଚନ  ବିଭାଗର ଏଭଳି ନିମ୍ନ ମାନର ରାସ୍ତା ନିର୍ମାଣ କାର୍ଯ୍ୟକୁ ବିଭିନ୍ନ ମହଲରୁ ତୀବ୍ର ନିନ୍ଦା କରାଯାଇଛି । ଏନେଇ ତୁରନ୍ତ ଏହାର ଉଚ୍ଚ ସ୍ତରୀୟ ତଦନ୍ତ ପାଇଁ ଅଞ୍ଚଳର ଅଧିବାସୀ ଦାବି କରିଛନ୍ତି । ଉପର ଇନ୍ଦ୍ରାବତୀ ଜଳସେଚନ ବିଭାଗର କୌଣସି ଯନ୍ତ୍ରୀ ରାସ୍ତା ନିର୍ମାଣ ସମୟରେ ଦିନଟିଏ ଆସି ନଥିଵା ସ୍ଥାନୀୟ ଅଧିବାସୀ ଅଭିଯୋଗ କରିଛନ୍ତି । ତେବେ କୋଟି କୋଟି ଟଙ୍କାର ପ୍ରକଳ୍ପ ନିର୍ମାଣର ଅଳ୍ପ ଦିନ ପରେ ଏଭଳି ଶୋଚନୀୟ ହୋଇ ପଡିବା ବିଭାଗୀୟ ଅପାରଗତାକୁ ଦର୍ଶାଇଛି । ଏହି କେନାଲ ରାସ୍ତା କୁ ତଦନ୍ତ ପାଇଁ ଜିଲ୍ଲା ପ୍ରଶାସନ ଓ ଡବଳ ଇଞ୍ଜିନି ସରକାର ଭିଜିଲାନ୍ସ ବିଭାଗକୁ  ତଦନ୍ତ ପାଇଁ ନିର୍ଦ୍ଦେଶ ଦେଲେ ଉପର ଇନ୍ଦ୍ରାବତୀ ଜଳସେଚନ ବିଭାଗର ସବୁ ଦୁର୍ନୀତି ସାମ୍ନାରେ ଆସିବ ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ଜୋର ଧରିଛି । ଦେଖା ଯାଉ ଜିଲ୍ଲା ପ୍ରଶାସନ ଓ ଡବଳ ଇଞ୍ଜିନି ସରକାର କେଉଁ ଭଳି ପଦକ୍ଷେପ ନେଉଛନ୍ତି।

About the Author

Dambarudhar Avatar

Leave a Reply

Your email address will not be published. Required fields are marked *

Latest News

View All

About the Author

Easy WordPress Websites Builder: Versatile Demos for Blogs, News, eCommerce and More – One-Click Import, No Coding! 1000+ Ready-made Templates for Stunning Newspaper, Magazine, Blog, and Publishing Websites.

Search the Archives

Access over the years of investigative journalism and breaking reports