ସର୍ବସାଧାରଣଙ୍କ ପାଇଁ ଆସନ୍ତାକାଲିଠୁ ଖୋଲିବ ‘ଅମୃତ ଉଦ୍ୟାନ’

Lorem Ipsum is simply dummy text of the printing and typesetting industry. Lorem Ipsum has been the industry’s standard

ରବିବାରଠାରୁ ସର୍ବସାଧାରଣଙ୍କ ଉଦ୍ଦେଶ୍ୟରେ ଖୋଲିବ ନୂଆଦିଲ୍ଲୀସ୍ଥିତ ରାଷ୍ଟ୍ରପତି ଭବନର ‘ଅମୃତ ଉଦ୍ୟାନ’ । ମାର୍ଚ୍ଚ ୩୦ ପର୍ଯ୍ୟନ୍ତ ଏହା ସର୍ବସାଧାରଣଙ୍କ ପାଇଁ ଖୋଲା ରହିବ । ମଙ୍ଗଳବାରରୁ ରବିବାର ପର୍ଯ୍ୟନ୍ତ ସପ୍ତାହରେ ଛଅ ଦିନ ଲୋକମାନେ ଉଦ୍ୟାନ ପରିଦର୍ଶନ କରିପାରିବେ । ସକାଳ ୧୦ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଅମୃତ ଉଦ୍ୟାନ ଖୋଲା ରହିବ ବୋଲି ରାଷ୍ଟ୍ରପତି ଭବନ ତରଫରୁ କୁହାଯାଇଛି ।ରକ୍ଷଣାବେକ୍ଷଣା କାରଣରୁ ସୋମବାର ଉଦ୍ୟାନ ବନ୍ଦ ରହିବ । ପୂର୍ବରୁ ଏହି ଉଦ୍ୟାନ ମୋଗଲ ଗାର୍ଡେନ୍ ନାମରେ ଜଣାଯାଉଥିଲା । କିନ୍ତୁ ପରେ ଏହାର ନାମ ବଦଳାଯାଇ ଅମୃତ ଉଦ୍ୟାନ କରାଯାଇଥିଲା ।ଉଦ୍ୟାନରେ ବୁକିଂ ଏବଂ ପ୍ରବେଶ ନିଃଶୁକ୍ଳ ରହିଛି । ଏଥିପାଇଁ ରାଷ୍ଟ୍ରପତି ଭବନର ଅଫିସିଆଲ୍ ପୋର୍ଟାଲରୁ ପାସ୍ ନେବାକୁ ପଡ଼ିବ । ବୁକିଂ କରି ନ ଥିଲେ, ଲୋକଙ୍କୁ ଉଦ୍ୟାନରେ ପ୍ରବେଶ କରିବାକୁ ଦିଆଯିବ ନାହିଁ । ସମସ୍ତ ପରିଦର୍ଶକଙ୍କ ପାଇଁ ପ୍ରବେଶ ଏବଂ ପ୍ରସ୍ଥାନ ରାଷ୍ଟ୍ରପତି ଭବନର ଗେଟ୍ ନମ୍ବର ୩୫ରୁ ହେବ, ଯାହା ଉତ୍ତର ଆଭେନ୍ୟୁରୁ ରାଷ୍ଟ୍ରପତି ଭବନ ନିକଟରେ ରହିଛି ।

About the Author

Dambarudhar Avatar

Leave a Reply

Your email address will not be published. Required fields are marked *

Latest News

View All

About the Author

Easy WordPress Websites Builder: Versatile Demos for Blogs, News, eCommerce and More – One-Click Import, No Coding! 1000+ Ready-made Templates for Stunning Newspaper, Magazine, Blog, and Publishing Websites.

Search the Archives

Access over the years of investigative journalism and breaking reports