ଦର୍ଶକ ବନ୍ଧୁ ଆମେ ଆପଣଙ୍କୁ ଏମିତି ଏକ ଦୃଶ୍ୟ ଦେଖେଇବାକୁ ଯାଉଛୁ ଯାହା ଆମ ହୃହୟକୁ ମଧ୍ୟ ମର୍ମାହତ କରି ଦେଉଛି, ଆମେ ଚାହୁଁଛୁ ଆମ ଗ୍ରାମୀଣ ଏକ୍ସପ୍ରେସ ତରଫରୁ ଖବର ପ୍ରସାରଣ କରି ଏହି ଖବରକୁ ଲୋକଲୋଚନକୁ ଆଣି ସରକାରଙ୍କ ପାଖକୁ ପହଞ୍ଚାଇବା ଏକ ଛୋଟ ପ୍ରୟାସ କରିଛୁ,ଏ ହେଉଛନ୍ତି ସେ ଯୁବକ ତାଙ୍କ ବୟସ କେବଳ ମାତ୍ର ୩୦ ବର୍ଷ , ତାଙ୍କର ଏକ ଆକସ୍ମିକ ଦୁର୍ଘଟଣା ଯୋଗୁଁ ସେ ରୋଗରେ ଆକ୍ରାନ୍ତ ହେଇ କଥା ମଧ୍ୟ ହେଇ ପାରୁ ନାହାଁନ୍ତି, ତାଙ୍କର ଆର୍ଥିକ ପରିସ୍ଥିତି ଠିକ୍ ନାହିଁ ବୋଳି ସେ ଡାକ୍ତରଖାନା ମଧ୍ୟ ଯାଇ ପାରୁ ନାହାଁନ୍ତି, ଯାହା ଫଳରେ ସେ ଏହି ପରି ପରିସ୍ଥିତିରେ ରହୁ ଆସୁଛନ୍ତି, ବର୍ତ୍ତମାନ ତାଙ୍କୁ ସରକାର ଓ ପ୍ରଶାସନର ସାହାଯ୍ୟ ନିତାନ୍ତ ଆବଶ୍ୟକ ରହିଛି, ଆପଣ ଦେଖି ପାରୁ ଥିବେ ଏ ହେଉଛନ୍ତି କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଳକ ଅନ୍ତର୍ଗତ ଉଛୁଳା ପଞ୍ଚାୟତ ଘଣ୍ଟିଗୁଡା ଗ୍ରାମର ଦୁଷ୍ମନ୍ତ ରାଉତ, ବୟସ ମାତ୍ର ୩୦ ବର୍ଷ, ତାଙ୍କର ଧର୍ମପତ୍ନୀ ଶ୍ରୀମତୀ ଗାୟତ୍ରୀ ରାଉତ କହିବା ଅନୁଯାୟୀ ତାଙ୍କ ସ୍ବାମୀ ଦୁଷ୍ମନ୍ତ ରାଉତ ଗତ ୫ ମାସ ପୂର୍ବ ଏକ ଦୁର୍ଘଟଣାଗ୍ରସ୍ତ ହେଇ ଥିଲେ, ସେ ଦିନ ଠାରୁ ସେ ଅନେକ ଥର ଡ଼ାକ୍ତରଖାନା ନେଇ କି ଯାଇ ଥିଲେ କିନ୍ତୁ ସେ ବର୍ତ୍ତମାନ ଯାଏଁ ଠିକ୍ ହେଇ ପାରୁ ନାହାନ୍ତି, ଗଚ୍ଛିତ ଥିବା ଆର୍ଥିକ ସମ୍ବଳ ସପକ୍ଷାନୁସାରେ ସେ ରାୟପୁର, ଭୁବନେଶ୍ଵର,ବିଶାଖପାଟଣା ଡାକ୍ତରଖାନା ଯାଉ ଥିଲେ, କିନ୍ତୁ ତାଙ୍କ ଆର୍ଥିକ ପରିସ୍ଥିତି ଠିକ୍ ନାହିଁ ବୋଳି ସେ ଘରେ ଏହି ପରି ପରିସ୍ଥିତିରେ ରହୁଛନ୍ତି, ତାଙ୍କ ପରିବାର ଓ ତାଙ୍କ ଧର୍ମପତ୍ନୀ ଗାୟତ୍ରୀ ରାଉତ ସରକାର ଓ ପ୍ରଶାସନ ତାଙ୍କୁ ଟିକେ ଦୃଷ୍ଟି ଦେବା ସହ ଆର୍ଥିକ ସାହାଯ୍ୟ କରି ଏକ ଉଚ୍ଚ ସ୍ତରୀୟ ଡାକ୍ତରଖାନାରେ ଚିକିତ୍ସା କରେଇବା ପାଇଁ ନେହୁରା ହେଇ କହୁଛନ୍ତି , ଆମ ଗ୍ରାମୀଣ ଏକ୍ସପ୍ରେସ ତରଫରୁ ସରକାରଙ୍କୁ ମଧ୍ୟ ଆମେ ଅନୁରୋଧ କରୁଛୁ, ଦୁଷ୍ମନ୍ତ ରାଉତଙ୍କୁ ଏକ ଉଚ୍ଚ ସ୍ତରୀୟ ଡାକ୍ତରଖାନାରେ ଚିକିତ୍ସା କରାଇ ଆକ୍ରାନ୍ତ ଥିବା ରୋଗରୁ ମୁକ୍ତ କରାଇ ଏହି ପରିବାରକୁ ବଞ୍ଚିତ କରନ୍ତୁ, କଳାହାଣ୍ଡି ଜିଲ୍ଲାରୁ ଜୟରାମ ଛତ୍ରିଆଙ୍କ ରିପୋର୍ଟ ଗ୍ରାମୀଣ ଏକ୍ସପ୍ରେସ
ସଙ୍କଟା ପୂର୍ଣ୍ଣ ଅବସ୍ଥାରେ ଏହି ଯୁବକ ସାହା ହେବା ପାଇଁ କିଏ ନାହାଁନ୍ତି
ଦର୍ଶକ ବନ୍ଧୁ ଆମେ ଆପଣଙ୍କୁ ଏମିତି ଏକ ଦୃଶ୍ୟ ଦେଖେଇବାକୁ ଯାଉଛୁ ଯାହା ଆମ ହୃହୟକୁ ମଧ୍ୟ ମର୍ମାହତ କରି ଦେଉଛି, ଆମେ ଚାହୁଁଛୁ ଆମ ଗ୍ରାମୀଣ ଏକ୍ସପ୍ରେସ ତରଫରୁ ଖବର ପ୍ରସାରଣ କରି..
Previous Post
Next Post
Latest News

Stay Connected
About the Author

AF themes
Easy WordPress Websites Builder: Versatile Demos for Blogs, News, eCommerce and More – One-Click Import, No Coding! 1000+ Ready-made Templates for Stunning Newspaper, Magazine, Blog, and Publishing Websites.

Search the Archives
Access over the years of investigative journalism and breaking reports
You May Have Missed

















Leave a Reply