କୋକସରା: କଳାହାଣ୍ଡି ଜିଲ୍ଲା କୋକସରା ଥାନା ଅଧୀନ ମୋଟେର ଠାରେ ଏନ୍ଏଚ୍-୨୬ ଜାତୀୟ ରାଜପଥରେ ବୁଧବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ବାଲି ବୋଝେଇ ଟ୍ରାକ୍ଟର ଏକ ବାଇକ୍କୁ ପଛପଟୁ ଧକ୍କା ଦେବାରୁ ଘଟଣାସ୍ଥଳରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବାବେଳେ ଏକ ଛୋଟ ଶିଶୁ ଗୁରୁତର ଆହତ ହୋଇଛି।ମୃତ ମହିଳା ଜଣକ ମୋଟେର ପଞ୍ଚାୟତ ଅନ୍ତର୍ଗତ ବାଟିଗୁଡ଼ା ଗ୍ରାମର ଦେବାନ୍ତି ନାଗ ବୋଲି ଜଣାପଡ଼ିଛି।ସୂଚନା ଅନୁଯାୟୀ, ଦେବାନ୍ତି ନାଗ ତାଙ୍କ ସ୍ୱାମୀ ନରେନ୍ଦ୍ର ନାଏକ ଓ ଛୋଟ ଶିଶୁଙ୍କ ସହ ଏକ ବାଇକ୍ରେ ଚାହାରବାହାଲ ପଟରୁ ଆସୁଥିଲେ। ଏହି ସମୟରେ ପଛପଟୁ ଆସୁଥିବା ବାଲି ବୋଝେଇ ଟ୍ରାକ୍ଟର ବାଇକ୍କୁ ଧକ୍କା ଦେଇଥିଲା।ଧକ୍କା ହେବା ପରେ ଦେବାନ୍ତି ଟ୍ରାକ୍ଟର ତଳେ ଚାପି ଯାଇଥିଲେ। ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା। ଦୁର୍ଘଟଣାରେ ଥିବା ଛୋଟ ଶିଶୁଟି ମଧ୍ୟ ଗୁରୁତର ଆହତ ହୋଇଥିବାରୁ ତାଙ୍କୁ ତୁରନ୍ତ ଆମ୍ବୁଲାନ୍ସ ଯୋଗେ ଡାକ୍ତରଖାନାକୁ ନିଆଯାଇ ଚିକିତ୍ସା କରାଯାଇଛି।
ଖବର ପାଇ କୋକସରା ପୁଲିସର ଏସ୍ଆଇ ଡି. ମହାନ୍ତି, ଏସ୍ଆଇ ରଶ୍ମିରଞ୍ଜନ ବାଗଙ୍କ ସମେତ ପୁଲିସ କର୍ମଚାରୀ ଏବଂ ମୋଟେର ଫାଣ୍ଡି ପୁଲିସ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ନିୟନ୍ତ୍ରଣ କରିଥିଲେ। ଅନ୍ୟପଟେ, ମୃତ ମହିଳାଙ୍କ ପରିବାରକୁ ଉପଯୁକ୍ତ କ୍ଷତିପୂରଣ ଦାବିରେ ସ୍ଥାନୀୟ ଲୋକେ ମୃତଦେହକୁ ରାଜରାସ୍ତାରେ ରଖି ରାସ୍ତାରୋକ କରିଥିଲେ। ଏଥିରେ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନେ ମଧ୍ୟ ସାମିଲ ହୋଇଥିଲେ। କ୍ଷତିପୂରଣ ନମିଳିବା ପର୍ଯ୍ୟନ୍ତ ରାସ୍ତାରୋକ ଜାରି ରହିବ ବୋଲି ପରିବାର ଓ ଆନ୍ଦୋଳନକାରୀମାନେ ଦାବି କରିଥିଲେ। ପ୍ରଶାସନ ପକ୍ଷରୁ ଆନ୍ଦୋଳନକାରୀଙ୍କୁ ବୁଝାସୁଝା କରାଯାଇଥିଲେ ମଧ୍ୟ ଖବର ଲେଖାଯିବା ସୁଦ୍ଧା ଲୋକେ ରାସ୍ତାରୁ ହଟିନଥିବା ଜଣାପଡ଼ିଛି।ଘଟଣାକୁ ନେଇ ମୋଟେର ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି।
ମୋଟେରରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ବାଲି ବୋଝେଇ ଟ୍ରାକ୍ଟର ଚାପରେ ମହିଳା ମୃତ, ଶିଶୁ ଗୁରୁତର
କୋକସରା: କଳାହାଣ୍ଡି ଜିଲ୍ଲା କୋକସରା ଥାନା ଅଧୀନ ମୋଟେର ଠାରେ ଏନ୍ଏଚ୍-୨୬ ଜାତୀୟ ରାଜପଥରେ ବୁଧବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ବାଲି ବୋଝେଇ ଟ୍ରାକ୍ଟର ଏକ ବାଇକ୍କୁ ପଛପଟୁ ଧକ୍କା ଦେବାରୁ..

Previous Post
Next Post
Latest News

Stay Connected
About the Author

AF themes
Easy WordPress Websites Builder: Versatile Demos for Blogs, News, eCommerce and More – One-Click Import, No Coding! 1000+ Ready-made Templates for Stunning Newspaper, Magazine, Blog, and Publishing Websites.

Search the Archives
Access over the years of investigative journalism and breaking reports
You May Have Missed
















Leave a Reply