କଲମପୁର:୭/୩(ଗ୍ରାମୀଣ ଏକ୍ସପ୍ରେସ)ଜିଲ୍ଲା କଲମପୁର ଥାନା ଅନ୍ତର୍ଗତ ମଣ୍ଡଳ ଧାନ ମଣ୍ଡି ନିକଟରେ ଶୁକ୍ରବାର ଅପରାହ୍ନ ରେ ଏକ ସଡ଼କ ଦୁର୍ଘଟଣା ଘଟିଛି l
ସୂଚନା ଅନୁସାରେ ମୂଖିଗୁଡା ରୁ ଜୟପୁର କୁ ଯାତାୟାତ କରୁଥିବା ଏକ ଏସବିଏମଏସ ନାମକ ଯାତ୍ରୀବାହି ବସ ନିଜ ରୁଟ ର ବାଣ୍ଡିଗାଁ ନିକଟରେ ରାସ୍ତାରୋକ ହେଉଥିବା କାରଣରୁ ଅନ୍ୟ ରୁଟ ବଡ଼କୁଟରୁ ମଣ୍ଡଳ ରାସ୍ତା ଦେଇ ମୋଟେର କୁ ଯିବାପାଇଁ ଆସୁଥିଲା l ମଣ୍ଡଳ ମଣ୍ଡି ର ଏକ ବୁଲାଣି ନିକଟରେ ସାମ୍ନା ପଟୁ ଆସୁଥିବା ଏକ ବାଇକ ବସ ରେ ପିଟି ହୋଇ ଯାଇଥିଲା l ଫଳରେ ବାଇକ ରେ ଯାଉଥିବା ୨ ଜଣ ଆରୋହୀ ଗୁରୁତ୍ତର ହୋଇ ପଡିଛନ୍ତି l ଜଣେ କୋଟାଗାଁ ର ଟିକଚନ ବେହେରା ଏବଂ ତାଙ୍କ ସମୁଦୀ ବଲାଙ୍ଗୀର ଜିଲ୍ଲାର ଲାଲୁ ଚଲାନ l ଦୁଇ ସମୁଦୀ ଏକ ବିବାହ କାର୍ଯ୍ୟକ୍ରମ ରେ ଯୋଗଦେବା ପାଇଁ କଲମପୁର ପଟକୁ ଏକ ବାଇକ ଯୋଗେ ଯାଉଥିଲେ ଏବଂ ଗାଁ ରୁ ୨ କିମି ଦୂରରେ ମଣ୍ଡଳ ଧାନ ମଣ୍ଡି ନିକଟରେ ବସ ସହ ପିଟି ହୋଇ ଗୁରୁତ୍ତର ଅବସ୍ଥାରେ ପଡିରହିଥିଲେ l ଖବର ପାଇ କଲମପୁର ପୋଲିସ ଏ ଏସ ଆଇ ଶେଖର ଜେନା ଘଟଣା ସ୍ଥଳରେ ଉପସ୍ଥିତ ହୋଇଥିଲେ l ଗୁରୁତ୍ତର ଅବସ୍ଥାରେ ୨ ବାଇକ ଆରୋହୀ କୁ ଆମ୍ବୁଲାନ୍ସ ଯୋଗେ କଲମପୁର ଡାକ୍ତରଖାନା କୁ ଚିକିତ୍ସା ପାଇଁ ନିଆଯାଇଥିଲା l ସେଠାରେ ଟିକଚନ ବେହେରା ସ୍ୱାସ୍ଥ୍ୟ ଶଙ୍କଟାପନ୍ନ ଥିବାରୁ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଭବାନୀପାଟଣା ଡାକ୍ତରଖାନା କୁ ପଠାଇ ଦେଇଥିଲେ କିନ୍ତୁ ସେଠାରୁ ମଧ୍ୟ ଡାକ୍ତର ବୁର୍ଲା ମେଡିକାଲ କୁ ଚିକିତ୍ସା ପାଇଁ ଡାକ୍ତର ରେଫର କରିଥିବା ସୂଚନା ମିଳିଛି l ଦୁର୍ଘଟଣା ଘଟିଥିବା ବାଇକ ଏବଂ ବସ କୁ କଲମପୁର ପୋଲିସ ଜବତ କରି ଥାନା କୁ ନେଇଛନ୍ତି l
