ଜୟପାଟଣା:୧୦/୨(ଡମ୍ବରୁ ଧର ଦୁର୍ଗା)କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକରେ ଗତ ୭ତାରିଖ ଦିନ ଯେଉଁ ଜଘନ୍ୟ ହତ୍ୟାକାଣ୍ଡ ହୋଇଥିଲା। ସେ ହେଉଛନ୍ତି ମୃତକ ପ୍ରମୋଦ କୁମାର ନାଏକ ବୟସ ୩୧ବର୍ଷ ଗ୍ରାମ ଜୟପାଟଣା।ମୃତ ବ୍ୟକ୍ତି ପ୍ରମୋଦ କୁମାର ନାଏକଙ୍କୁ ପୋଖରୀରେ ଫିଙ୍ଗି ଦିଆଯାଇଥିବା ଘଟଣା ସାମ୍ନାକୁ ଆସିଥିଲା କିନ୍ତୁ ଗତ ୮ତାରିଖ ରାତ୍ରୀରେ ସାଇନଟିଫିକ୍ ଟିମ୍ ଆସି ତଦନ୍ତ କରି ଥିଲା।ତଦନ୍ତ ପରେ ହତ୍ୟା ଘଟଣାର ପର୍ଦ୍ଦାଫାସ କରିଛି ଜୟପାଟଣା ପୋଲିସ।ଦୁଇଜଣ ଅଭିଯୁକ୍ତ ହେଉଛନ୍ତି ମହେଶ ଦାସ।

ଏବଂ ବିଜେନ୍ଦ୍ର ସାହୁ ଏହି ଦୁଇ ଜଣକୁ କୋର୍ଟ ଚାଲାଣ କରିଛି ଜୟପାଟଣା ପୋଲିସ।ଏସଡିପିଓ ନିଜେ ଏହା ପ୍ରେସ ବିଜ୍ଞପ୍ତି କରି ଗଣମାଧ୍ୟମ କୁ ଜଣାଇଥିଲେ। କିନ୍ତୁ ପରିବାର ଲୋକେ ଏବଂ ତାଙ୍କ ପିତା ଏହା ଏକ ପ୍ରେମ ଜନିତ ହତ୍ୟାକାଣ୍ଡ ବୋଲି ୨ ଜଣଙ୍କୁ ରିମାଣ୍ଡରେ ଆଣି ପୁଣିଥରେ ତଦନ୍ତ କରିବା ପାଇଁ ଦାବୀ କରିଛନ୍ତି।

By Dambarudhar

Dambarudhar Durga, 34, is a journalist and the editor of Gramin Express, a publication focused on rural development and social issues."

Leave a Reply

Your email address will not be published. Required fields are marked *