ଡୋକାରୀ ଦର ରେ ଯୁବକ ନିଖୋଜ ଘଟଣା, ୪୮ ଘଣ୍ଟା ଶବ ଉଦ୍ଧାର କାର୍ଯ୍ୟ ପରେ ଶବ ଠାବ।

କୋକସରା:୧୩/୨(ଗ୍ରାମୀଣ ଏକ୍ସପ୍ରେସ)କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ପର୍ଯ୍ୟଟନ ସ୍ଥଳୀ ଗୁଡାହାଣ୍ଡି ଡୋକାରିଚଞ୍ଚରା ରେ ଗତ ରବିବାର ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ଡୁମେରମୁଣ୍ଡା ଗ୍ରାମ ର ୨ ଜଣ ଯୁବକ ବୁଲିବାକୁ ଆସି ଡୋକାରୀ..

କୋକସରା:୧୩/୨(ଗ୍ରାମୀଣ ଏକ୍ସପ୍ରେସ)କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ପର୍ଯ୍ୟଟନ ସ୍ଥଳୀ ଗୁଡାହାଣ୍ଡି ଡୋକାରିଚଞ୍ଚରା ରେ ଗତ ରବିବାର ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ଡୁମେରମୁଣ୍ଡା ଗ୍ରାମ ର ୨ ଜଣ ଯୁବକ ବୁଲିବାକୁ ଆସି ଡୋକାରୀ ଦର ଜଳପ୍ରପାତ ର ୬୦ ଫୁଟ ଉପରୁ ସେଲଫି ନେଉଥିବା ବେଳେ ଅସାବଧାନତା କାରଣ ଦୁଇ ଯୁବକ ଙ୍କ ମଧ୍ୟରୁ ଅଭିନାଶ ପରଜା ର ଗୋଡ଼ ଖସି ଜଳପ୍ରପାତ ର ଗଭୀର ଜଳରେ ବୁଡି ନିଖୋଜ ହୋଇଥିଲା। ଖୋଜାଖୋଜି କରିବା ପରେ ମଧ୍ୟ କୌଣସି ସନ୍ଧାନ ନ ମିଳିନଥିଲା। କୋକସରା ଦମକଳ ବିଭାଗ ଓଆସି ପ୍ରଶାନ୍ତ ବାଘଙ୍କ ନେତୃତ୍ୱରେ କର୍ମଚାରୀ ପହଞ୍ଚି ଜଳପ୍ରପାତ ର ଗଭୀର ଜଳରେ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ ମଧ୍ୟ ନିଖୋଜ ଯୁବକ ର କୌଣସି ପତ୍ତା ମିଳିନଥିଲା। ମଙ୍ଗଳବାର ସକାଳୁ ଉଦ୍ଧାର କାର୍ଯ୍ୟ ଜାରି ପରେ ଦମକଳ କର୍ମଚାରୀ ଙ୍କ ଅକ୍ଲାନ୍ତ ସନ୍ଧାନ ପରେ ଜଳପ୍ରପାତ ର ଗଭୀର ପାଣି ରୁ ନିଖୋଜ ଯୁବକ ର ମୃତଦେହ ଠାବ କରିବାରେ ସଫଳ ହୋଇଥିଲେ। ମୃତ ଯୁବକଙ୍କ ଶବ କୁ ବ୍ୟବଚ୍ଛେଦ ପାଇଁ ଆମପାଣି ପୋଲିସ କୋକସରା ହସ୍ପିଟାଲ କୁ ପଠାଇଥିବା ବେଳେ ବ୍ୟବଚ୍ଛେଦ ପରେ ପରିବାର ଲୋକ ଙ୍କୁ ଶବ ହସ୍ତାନ୍ତର କରିଥିଲେ

About the Author

Dambarudhar Avatar

Leave a Reply

Your email address will not be published. Required fields are marked *

Latest News

View All

About the Author

Easy WordPress Websites Builder: Versatile Demos for Blogs, News, eCommerce and More – One-Click Import, No Coding! 1000+ Ready-made Templates for Stunning Newspaper, Magazine, Blog, and Publishing Websites.

Search the Archives

Access over the years of investigative journalism and breaking reports