କୋକସରାରେ ଆଜି ଦେଖିବାକୁ ମିଳିଛି ଚାଷୀଙ୍କ ରଣ ହୁଙ୍କାର

କଳାହାଣ୍ଡି ଜିଲ୍ଲା । ରବି ଧାନ ପଞ୍ଜିକରଣ ସମସ୍ୟାକୁ ନେଇ ରାଜପଥକୁ ଓହ୍ଲାଇଛି ‘ସଚେତନ କୃଷକ ମଞ୍ଚ’ । ଜାତୀୟ ରାଜପଥ ଅବରୋଧ ଯୋଗୁଁ ଯାତାୟାତ ଠପ୍ ହୋଇଥିବା ବେଳେ ବ୍ଲକର ସମସ୍ତ ସରକାରୀ..

Read Time

କଳାହାଣ୍ଡି ଜିଲ୍ଲା । ରବି ଧାନ ପଞ୍ଜିକରଣ ସମସ୍ୟାକୁ ନେଇ ରାଜପଥକୁ ଓହ୍ଲାଇଛି ‘ସଚେତନ କୃଷକ ମଞ୍ଚ’ । ଜାତୀୟ ରାଜପଥ ଅବରୋଧ ଯୋଗୁଁ ଯାତାୟାତ ଠପ୍ ହୋଇଥିବା ବେଳେ ବ୍ଲକର ସମସ୍ତ ସରକାରୀ ଅଫିସ ଓ ଦୋକାନ ବଜାର ବନ୍ଦ ରହିଛି ।
କୋକସରା ବ୍ଲକରେ ଆଜି ଚାଷୀଙ୍କ ଜଳୁଛି ଅସନ୍ତୋଷର ନିଆଁ । ଇନ୍ଦ୍ରାବତୀ ମେଗାଲିଫ୍ଟ ପ୍ରକଳ୍ପ ଅଧୀନରେ ଥିବା ପ୍ରାୟ ୧୫ ହଜାର ଚାଷୀଙ୍କ ରବି ଧାନ ପଞ୍ଜିକରଣ ପାଇଁ ସରକାର ଅନୁମତି ଦେଉନଥିବା ଅଭିଯୋଗ ହୋଇଛି । P-PAS ପୋର୍ଟାଲରେ ପଞ୍ଜିକରଣ ନହେଲେ ଚାଷୀ ତାଙ୍କର କଷ୍ଟଅର୍ଜିତ ଧାନ ବିକିବେ କେଉଁଠି? ଏହି ପ୍ରଶ୍ନକୁ ନେଇ ଆଜି ସକାଳୁ ସକାଳୁ କୋକସରାର ମୁଖ୍ୟ ଛକରେ ଶତାଧିକ ଚାଷୀ ଏକାଠି ହୋଇ ଜାତୀୟ ରାଜପଥ-୨୬କୁ ଅବରୋଧ କରିଛନ୍ତି ।ରାସ୍ତା ଅବରୋଧ ଯୋଗୁଁ ଭବାନୀପାଟଣା ଓ ଜୟପୁର ମଧ୍ୟରେ ଶହ ଶହ ଗାଡ଼ି ମୋଟର ଅଟକି ରହିଛି । ପ୍ରଶାସନିକ ଅଧିକାରୀମାନେ ପହଞ୍ଚି ଚାଷୀଙ୍କୁ ବୁଝାସୁଝା କରୁଥିଲେ ମଧ୍ୟ ସମସ୍ୟାର ସମାଧାନ ନହେବା ପର୍ଯ୍ୟନ୍ତ ଏହି ବନ୍ଦ ଡାକରା ଜାରି ରହିବ ବୋଲି ଚାଷୀମାନେ ଚେତାବନୀ ଦେଇଛନ୍ତି ।

About the Author

Dambarudhar Avatar

Leave a Reply

Your email address will not be published. Required fields are marked *

Latest News

View All

About the Author

Easy WordPress Websites Builder: Versatile Demos for Blogs, News, eCommerce and More – One-Click Import, No Coding! 1000+ Ready-made Templates for Stunning Newspaper, Magazine, Blog, and Publishing Websites.

Search the Archives

Access over the years of investigative journalism and breaking reports