ଦୁବାଇ:୯/୩(ଗ୍ରାମୀଣ ଏକ୍ସପ୍ରେସ)ଇତିହାସ ରଚିଲା ଭାରତୀୟ କ୍ରିକେଟ୍ ଦଳ । ଚାମ୍ପିଅନ୍ସ ଟ୍ରଫି ୨୦୨୫ର ଫାଇନାଲରେ ନ୍ୟୁଜିଲାଣ୍ଡକୁ ୪ ୱିକେଟରେ ହରାଇ ଚାମ୍ପିଅନ୍ସ ହୋଇଛି ରୋହିତ ଶର୍ମାଙ୍କ ନେତୃତ୍ୱାଧୀନ ଭାରତୀୟ କ୍ରିକେଟ୍ ଦଳ । ୧୦ ମାସ ଭିତରେ ଟିମ୍ ଇଣ୍ଡିଆ କ୍ରମାଗତ ଦ୍ୱିତୀୟ ଆଇସିସି ଟାଇଟଲ୍ ଜିତିବାରେ ସଫଳ ହୋଇଛି । ଏଥିସହ ୨୫ ବର୍ଷ ପୁରୁଣା ୨୦୦୦ ମସିହା ଚାମ୍ପିଅନ୍ସ ଟ୍ରଫି ଫାଇନାଲ୍ ପରାଜୟର ମଧୁର ପ୍ରତିଶୋଧ ନେଇଛି ଭାରତୀୟ ଦଳ । ୧୨ ବର୍ଷ ପରେ ଭାରତ ଚାମ୍ପିଅନ୍ସ ଟ୍ରଫି ଜତିବାରେ ସଫଳ ହୋଇଛି । ଅଧିନାୟକ ରୋହିତ ଶର୍ମାଙ୍କ ଅଧିନାୟକତ୍ୱ ଇନିଂସ ବଳରେ ଭାରତ ରୋମାଞ୍ଚକର ଫାଇନାଲ୍ ମ୍ୟାଚ୍‌କୁ ଜିତି ନେଇଛି ଭାରତ । ଏଥିସହ ଭାରତ ତୃତୀୟ ଚାମ୍ପିଅନ୍ସ ଟ୍ରଫି ଜିତିବାରେ ସଫଳ ହୋଇଛି । ଆଉ ଚାମ୍ପିଅନ୍ସ ଟ୍ରଫି ଇତିହାସରେ ଭାରତ ସର୍ବାଧିକ ତୃତୀୟ ଟ୍ରଫି ଜିତିବାରେ ସଫଳ ହୋଇଛି ।
ପ୍ରଥମେ ବ୍ୟାଟିଂ କରିଥିବା ନ୍ୟୁଜିଲାଣ୍ଡ ଡାରିଲ ମିଚେଲଙ୍କ ୬୩ ରନ ଓ ମିଚେଲ୍ ବ୍ରେସୱେଲଙ୍କ ଦମଦାର ୫୩ ରନର ଅପରାଜିତ ଇନିଂସ ବଳରେ ୭ ୱିକେଟ୍ ହରାଇ ୨୫୧ ରନ କରିଥିଲା । ଜବାବରେ ଅଧିନାୟକ ରୋହିତ ଶର୍ମାଙ୍କ ୭୬ ରନ ସହ ଶ୍ରେୟସ ଆୟରଙ୍କ ୪୮ ରନ କେଏଲ ରାହୁଲଙ୍କ ଅପରାଜିତ ୩୩ ରନ ବଳରେ ୪୯ ଓଭରରେ ୬ ୱିକେଟ୍ ହରାଇ ଭାରତ ବିଜୟ ଲକ୍ଷ୍ୟ ହାସଲ କରି ନେଇଛି ।
୨୫୨ ରନର ବିଜୟ ଲକ୍ଷ୍ୟକୁ ପିଛା କରିଥିବା ଭାରତର ଦୁଇ ଓପନର ରୋହିତ ଶର୍ମା ଓ ଶୁଭମନ ଗିଲ୍ ଦମଦାର ଆରମ୍ଭ ଦେଇଥିଲେ । ରୋହିତ ଆରମ୍ଭରୁ ବିସ୍ଫୋରକ ବ୍ୟାଟିଂ ନ୍ୟୁଜିଲାଣ୍ଡ ଦଳକୁ ଚାପରେ ରଖିଥିଲେ । ଦୁଇ ବ୍ୟାଟର ପ୍ରଥମ ୱିକେଟରେ ୧୦୫ ରନ ଯୋଡି ବିଜୟ ପାଇଁ ମୂଳଦୁଆ ପକାଇଥିଲେ । ଶୁଭମନ ଗିଲ୍ ୩୧ ରନ କରି ଆଉଟ୍ ହୋଇଥିଲେ । ଏହା ପରେ ଫର୍ମରେ ଥିବା ବିରାଟ କୋହଲି(୧ ରନ) ଆଉଟ୍ ହେବା ଭାରତକୁ ଝଟକା ଦେଇଥିଲା । ଅନ୍ୟପଟେ ବିସ୍ଫୋରକ ବ୍ୟାଟିଂ କରି ଅର୍ଦ୍ଧଶତକ ହାସଲ କରିଥିବା ରୋହିତ ଶର୍ମା ୧୨୨ ରନ ସ୍କୋରରେ ଆଉଟ୍ ହୋଇଥିଲେ । ସେ ୮୩ ବଲରୁ ୭ ଚୌକା ଓ ୩ ଛକା ସହ ୭୬ ରନର ଗୁରୁତ୍ୱପୂର୍ଣ୍ଣ ଇନିଂସ ଖେଳିଥିଲେ । ଏହା ପରେ ଶ୍ରେୟସ ଆୟର ଓ ଅକ୍ଷର ପଟେ୍‌ଲ ଇନିଂସକୁ ଆଗେଇ ନେଇଥିଲେ । ଦୁଇ ବ୍ୟାଟର ଚତୁର୍ଥ ୱିକେଟ ଭାଗିଦାରୀରେ ୬୧ ରନ ଯୋଡି ଦଳକୁ ବିଜୟର ନିକଟତର କରାଇଥିଲେ। ୧୮ ରନ କରି ଆଉଟ୍ ହୋଇଥିଲ ହେଁ କେଏଲ ରାହୁଲ ୩୪ ରନର ଅପରାଜିତ ଇନିଂସ ଖେଳି ଭାରତକୁ ବିଜୟୀ କରାଇଥିଲେ । ରବୀନ୍ଦ୍ର ଜାଡେଜା ବିଜୟ ସୂଚକ ଚୌକା ମାରିଥିଲେ । ଆଉ ଭାରତ ୪୯ ଓଭରରେ ୬ ୱିକେଟ ହରାଇ ବିଜୟ ଲକ୍ଷ୍ୟ ହାସଲ କରି ନେଇଛି ।

By Dambarudhar

Dambarudhar Durga, 34, is a journalist and the editor of Gramin Express, a publication focused on rural development and social issues."

Leave a Reply

Your email address will not be published. Required fields are marked *