ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ସରକାରୀ ଆଶ୍ରମ ବିଦ୍ୟାଳୟରେ ପାଣିର ଅଭାବ

କଳାହାଣ୍ଡି:୨୧/୩(ଗ୍ରାମୀଣ ଏକ୍ସପ୍ରେସ)ଥୁଆମୂଲ୍ ରାମପୁର ବ୍ଲକ ସରକାରୀ ଉଚ୍ଚ ବିଦ୍ୟାଳୟ ଡୁମେରପଦରରେ ଅଧ୍ୟୟନ କରୁଥିବା ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତିର ଛାତ୍ର ମାନଙ୍କର ବିକଳ ଚିତ୍ର। କୋମଳ ଛାତ୍ର ମାନଙ୍କର ଦୃଶ୍ୟ ଯାହା ସ୍ୱଚ୍ଛ..

କଳାହାଣ୍ଡି:୨୧/୩(ଗ୍ରାମୀଣ ଏକ୍ସପ୍ରେସ)ଥୁଆମୂଲ୍ ରାମପୁର ବ୍ଲକ ସରକାରୀ ଉଚ୍ଚ ବିଦ୍ୟାଳୟ ଡୁମେରପଦରରେ ଅଧ୍ୟୟନ କରୁଥିବା ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତିର ଛାତ୍ର ମାନଙ୍କର ବିକଳ ଚିତ୍ର। କୋମଳ ଛାତ୍ର ମାନଙ୍କର ଦୃଶ୍ୟ ଯାହା ସ୍ୱଚ୍ଛ ଏବଂ ଗାଧୋଇବା ବ୍ୟବସ୍ଥା ଆଶ୍ରମର ବିଦ୍ୟାଳୟରେ ଥିବା ଉଛିତ କିନ୍ତୁ ଛାତ୍ରମାନେ ଯାଉଛନ୍ତି ଗୋଟିଏ ଜଙ୍ଗଲରେ ଥିବା ନାଳକୁ ସେଇ ନାଳର ପାଣି ଅପରିଷ୍କାର ଥିଲେ ମଧ୍ୟ ଗାଧୋଇବା ପାଇଁ ବାଧ୍ୟ ହେଉଛନ୍ତି।ବିଦ୍ୟାଳୟର ଶିକ୍ଷକ ତଥା ପ୍ରଶାସନ ଏଥିପ୍ରତି ଧ୍ୟାନ ଦେଉନଥିବା ଅଭିଯୋଗ ବାରମ୍ବାର ହେଉଥିଲେ ମଧ୍ୟ କୌଣସି ପ୍ରକାର ପଦକ୍ଷେପ ନେଉ ନାହାନ୍ତି ପ୍ରଶାସନ ଓ ଶିକ୍ଷା ବିଭାଗ। ରାଜ୍ୟ ସରକାର ଏବଂ ଏହି ଅଞ୍ଚଳର ବିଧାୟକ ଶ୍ରୀଯୁକ୍ତ ପ୍ରଦୀପ ଦିସାରୀ ଦୃଷ୍ଟିରେ ଥାଇ ମଧ୍ୟ ସ୍ଵାଧୀନତାର ୭୭ ବର୍ଷ ପରେ ମଧ୍ୟ ଦୁର୍ଗମ ଅଞ୍ଚଳର ବିଦ୍ୟାଳୟରେ ଏହିଭଳି ଏକ ବିକଳ ଚିତ୍ର ଦେଖିବାକୁ ମିଳିଛି ଯାହା ଏକ ଦୁଃଖମୟ ଦୃଶ୍ୟ। ଏହି ଆଶ୍ରମରେ ଗରିବ ଶ୍ରେଣୀର ଛାତ୍ରଛାତ୍ରୀ ମାନେ ଅଧ୍ୟୟନ କରୁ ଥିବାରୁ ରାଜ୍ୟ ସରକାର ଅନୁଧ୍ୟାନ କରୁ ନାହାନ୍ତି ବୋଳି ଚର୍ଚ୍ଚା ହେଉଛି । ରାଜ୍ୟ ସରକାର ସ୍କୁଲ ମାନଙ୍କରେ ପ୍ରଜାପ୍ତ ପରିମାଣରେ ପାଣି ମହଜୁତ ରଖିବା ପାଇଁ ଘୋଷଣା କରିଛନ୍ତି। ଯାଦ୍ଵାରା ଆଜି ଯଥାଶୀଘ୍ର ଶୁଦ୍ଧ ପାନୀୟ ଜଳର ବ୍ୟବସ୍ଥା କରିବା ପାଇଁ ବୁଦ୍ଧିଜିବୀ ମହଲରେ ତୀବ୍ର ଅସନ୍ତୋଷ ଦେଖିବାକୁ ମିଳିଛି

About the Author

Dambarudhar Avatar

Leave a Reply

Your email address will not be published. Required fields are marked *

Latest News

View All

About the Author

Easy WordPress Websites Builder: Versatile Demos for Blogs, News, eCommerce and More – One-Click Import, No Coding! 1000+ Ready-made Templates for Stunning Newspaper, Magazine, Blog, and Publishing Websites.

Search the Archives

Access over the years of investigative journalism and breaking reports