କଲାହାଣ୍ଡି:-19/05 ( ଜୟରାମ ଛତ୍ରିଆ ) ଜୟପାଟଣା ବ୍ଳକ ମୁଖିଗୁଡ଼ା ଗ୍ରାମପଞ୍ଚାୟତ ଅନ୍ତର୍ଗତ ତାଲଗୁଡ଼ ଗ୍ରାମର ଭାଟିପଡ଼ାରେ ପିଇବା ପାଣି ସମସ୍ୟା ଏବେ ଗୁରୁତର ରୂପ ନେଇଛି। ସରକାରଙ୍କ ପକ୍ଷରୁ ଗ୍ରାମାଞ୍ଚଳରେ ଶୁଦ୍ଧ ପାଣି ଯୋଗାଣ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଥିବା ବେଳେ ଏହି ପଡ଼ାର ଲୋକମାନେ ଆଜି ମଧ୍ୟ ପାଣି ଟୋପାଏ ପାଇଁ ଦୁର୍ଭୋଗ ଭୋଗୁଛନ୍ତି। ଗ୍ରୀଷ୍ମ ପ୍ରକୋପ ବଢ଼ିଥିବା ବେଳେ ପ୍ରଶାସନର ଅବହେଳା ଲୋକଙ୍କ ଦୁଃଖକୁ ଆହୁରି ବଢ଼ାଇ ଦେଇଛି।ଭାଟିପଡ଼ାରେ ଏପର୍ଯ୍ୟନ୍ତ ଗୋଟିଏ ମଧ୍ୟ ସ୍ଥାୟୀ ନଳକୂଅ ବ୍ୟବସ୍ଥା ନଥିବାରୁ ଲୋକମାନେ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ପାଖରେ ଥିବା ଅଙ୍ଗନୱାଡି କେନ୍ଦ୍ରର ନଳକୂଅ ମଧ୍ୟ ପ୍ରାୟ ଅଚଳ ଅବସ୍ଥାରେ ପଡ଼ି ରହିଛି। ସେଠାରେ ଲଗାଯାଇଥିବା ପାଣି ଟାଙ୍କି ଓ ବିଦ୍ୟୁତ ପମ୍ପ ଦୀର୍ଘଦିନ ଧରି ଖରାପ ହୋଇଥିଲେ ମଧ୍ୟ ତାହାର ମରାମତି ପାଇଁ କୌଣସି ପଦକ୍ଷେପ ନିଆଯାଉନାହିଁ। ଅନ୍ୟପଟେ ବିଦ୍ୟାଳୟ ସମ୍ମୁଖରେ ଥିବା ଅମୃତଧାରା ପ୍ରକଳ୍ପ ମଧ୍ୟ ଅଚଳ ହୋଇ ପଡ଼ିଛି। ସରକାରୀ ଯୋଜନା କେବଳ କାଗଜକଲମରେ ସୀମିତ ରହିଥିବା ବେଳେ ମାଟିସ୍ତରରେ ଲୋକମାନେ ମୌଳିକ ସୁବିଧାରୁ ବଞ୍ଚିତ ହେଉଛନ୍ତି।ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁସାରେ ବାରମ୍ବାର ଜଣାଇବା ସତ୍ତ୍ୱେ ମଧ୍ୟ ସରପଞ୍ଚ ଓ ପଞ୍ଚାୟତ ନିର୍ବାହ ଅଧିକାରୀ ପ୍ରଶାନ୍ତ କୁମାର ଠାକୁର ସମସ୍ୟାକୁ ସମ୍ପୂର୍ଣ୍ଣ ଅଣଦେଖା କରୁଛନ୍ତି। ଲୋକମାନଙ୍କ ଦୁଃଖଦୁର୍ଦ୍ଦଶା ପ୍ରତି ପ୍ରଶାସନର ଏହି ଉଦାସୀନତାକୁ ନେଇ ଅଞ୍ଚଳରେ ତୀବ୍ର ଅସନ୍ତୋଷ ଦେଖାଦେଇଛି। ପିଇବା ପାଣି ପରି ମୌଳିକ ସୁବିଧାରୁ ଆଜି ମଧ୍ୟ ଲୋକମାନେ ବଞ୍ଚିତ ରହିବା ପ୍ରଶାସନର କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ତୁରନ୍ତ ଏକ ନୂତନ ନଳକୂଅ ଖନନ ସହ ଅଚଳ ପାଣି ପ୍ରକଳ୍ପଗୁଡ଼ିକୁ ସଚଳ କରିବା ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି। ଯଦି ଶୀଘ୍ର ପଦକ୍ଷେପ ନିଆଯିବ ନାହିଁ, ତେବେ ଆଗାମୀ ଦିନରେ ଜନଆନ୍ଦୋଳନକୁ ଓହ୍ଲାଇବାକୁ ସ୍ଥାନୀୟ ଲୋକ ଚେତାବନୀ ଦେଇଛନ୍ତି।
ଅଞ୍ଚଳବାସୀଙ୍କୁ ପିଇବା ପାଣି ସାତସପନ, ପ୍ରଶାସନର ଚରମ ଅବହେଳାରେ ହନ୍ତସନ୍ତ ତାଲଗୁଡ଼ ଭାଟିପଡ଼ାବାସୀ
କଲାହାଣ୍ଡି:-19/05 ( ଜୟରାମ ଛତ୍ରିଆ ) ଜୟପାଟଣା ବ୍ଳକ ମୁଖିଗୁଡ଼ା ଗ୍ରାମପଞ୍ଚାୟତ ଅନ୍ତର୍ଗତ ତାଲଗୁଡ଼ ଗ୍ରାମର ଭାଟିପଡ଼ାରେ ପିଇବା ପାଣି ସମସ୍ୟା ଏବେ ଗୁରୁତର ରୂପ ନେଇଛି। ସରକାରଙ୍କ ପକ୍ଷରୁ ଗ୍ରାମାଞ୍ଚଳରେ ଶୁଦ୍ଧ ପାଣି..
Previous Post
Next Post
Latest News

Stay Connected
About the Author

AF themes
Easy WordPress Websites Builder: Versatile Demos for Blogs, News, eCommerce and More – One-Click Import, No Coding! 1000+ Ready-made Templates for Stunning Newspaper, Magazine, Blog, and Publishing Websites.

Search the Archives
Access over the years of investigative journalism and breaking reports
You May Have Missed

















Leave a Reply