Site icon Gramin Express

ଜୟପାଟଣା ରେ ଜମୁଛି ଧନୁଯାତ୍ରା

ଜୟପାଟଣା-: ତା -୨୮/୦୧/୨୦୨୫ ରିଖ ଦିନ ପ୍ରଥମ ଥର ପାଇଁ ଜୟପାଟଣା ହାତୀ ସାଲ ପଡିଆ ଠାରେ ନେତାଜୀ କ୍ଳବ୍ ଆନୁକୁଲ୍ୟରେ ଧନୁଯାତ୍ରା ମହୋତ୍ସବ ର ଶୁଭାରମ୍ଭ ହୋଇଯାଇଛି। ଏହି ଯାତ୍ରା ତା ୨୮/୦୧/୨୦୨୫ ଠାରୁ ତା ୦୭/୦୨/୨୦୨୫ ରିଖ ପର୍ଯ୍ୟନ୍ତ ଚାଲିବ । ଉଦ୍ଘାଟନି ଉତ୍ସବ ରେ ଅଞ୍ଚଳର ଅଧିଷ୍ଠାତ୍ରୀ ଦେବୀ ମା ଡୋକରି ବୁଢ଼ୀ ଙ୍କ ପୂଜାର୍ଚ୍ଚନା ପରେ ଅତିଥି ମାନଙ୍କ ଦ୍ଵାରା ଫିତା କାଟି ମଞ୍ଚ ଶୁଭାରମ୍ଭ କରାଗଲା। ଉଦ୍ଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଜୟପାଟଣା ପଞ୍ଚାୟତ ସମିତି ଅଧ୍ୟକ୍ଷ ଶ୍ରୀ ଥବିର ବାଗ , ସମ୍ମାନିତ ଅତିଥି ଭାବରେ ଜୟପାଟଣା ଗ୍ରାମ ପଞ୍ଚାୟତ ସରପଞ୍ଚ ସୁଶ୍ରୀ ମୌସୁମି ଡୋଙ୍ଗରି , ଜୟପାଟଣା ଗ୍ରା.ପ.ସମିତିସଭ୍ୟା ଶ୍ରୀମତୀ ରଶ୍ମିତା ଦୁରିଆ,ସମାଜସେବୀ ସତ୍ୟନାରାୟଣ ଅଗ୍ରୱାଲ, । ମଞ୍ଚର ସଭାପତି ଶ୍ରୀ ଶିବାନନ୍ଦ ବେନିଆ ତୁଲେଇ ଥିବା ବେଳେ,ଶ୍ରୀ ଅମିତ ଅଗ୍ରୱାଲ,ରାଜୁ ଅଗ୍ରୱାଲ,ସୁବାସ ଅଗ୍ରୱାଲ,ଆସିଶ ଅଗ୍ରୱାଲ,ମଧ୍ୟ ମଞ୍ଚା ସିନ ହୋଇଥିଲେ । ଶ୍ରୀ ଦିବାକର ପଟ୍ଟନାୟକ ମଞ୍ଚ ପରି ଚାଲନା ଭାର ସମ୍ଭାଳି ଥିଲ। ଶ୍ରୀଯୁକ୍ତ ଯୁଧିଷ୍ଠିର ସୁନା ଧନ୍ୟବାଦ ଅର୍ପଣ କରିଥିଲେ ।

Exit mobile version