ନୂଆଦିଲ୍ଲୀ ୩୧/୧ସୂଚନା ଓ ପ୍ରସାରଣ, ଯୋଗାଯୋଗ ଓ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଚଳିତ କେନ୍ଦ୍ରୀୟ ବଜେଟ୍କୁ ବିକଶିତ ଭାରତ ଲାଗି ଏକ ରୋଡ୍ମ୍ୟାପ ଭାବେ ଅଭିହିତ କରିଛନ୍ତି। ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ସେ କହିଛନ୍ତି, ଏହି ବଜେଟ୍ରେ ଅଭିବୃଦ୍ଧି, ସମାବେଶୀ, ଅଭିନବତା ସହିତ କୃଷିଠୁ ଆରମ୍ଭ କରି ପ୍ରଯୁକ୍ତିବିଦ୍ୟା ଏବଂ ଏମ୍.ଏସ୍.ଏମ୍.ଇ.ଠାରୁ କୃତ୍ରିମ ବୁଦ୍ଧିମତା ପର୍ଯ୍ୟନ୍ତ ସମସ୍ତ କ୍ଷେତ୍ରକୁ ପ୍ରାଧାନ୍ୟ ଦିଆଯାଇଛି।ଟ୍ରେନରେ ଯାତ୍ରୀଙ୍କ ପାଇଁ ଆଧୁନିକ ସୁବିଧା ଓ ସୁରକ୍ଷା ପ୍ରତି ବିଶେଷ ପ୍ରାଧାନ୍ୟ ଦିଆଯାଉଛି। ନୂଆ ପ୍ରକଳ୍ପକୁ ଦେଖିଲେ ପ୍ରାୟ ୧୦୦ଟି ନୂଆ ଅମୃତ ଭାରତ ଟ୍ରେନ ନିର୍ମାଣ ଲାଗି ବଜେଟରେ ବ୍ୟବସ୍ଥା କରାଯାଇଛି। ୫୦ଟି ନମୋ ଭାରତ ଟ୍ରେନ ଏବଂ ସ୍ଲିପର ଓ ଚେୟାର କାର ସଂସ୍କରଣ ସହିତ ୨୦୦ ବନ୍ଦେ ଭାରତ ଟ୍ରେନ ନିର୍ମାଣ କରାଯିବ ବୋଲି ସେ ସୂଚନା ଦେଇଛନ୍ତି ।
୨୦୦ ବନ୍ଦେ ଭାରତ ଟ୍ରେନ ନିର୍ମାଣ କରାଯିବ: ଅଶ୍ୱିନୀ ବୈଷ୍ଣବ

