Site icon Gramin Express

୧୮ ଦିନ ପରେ ନିଖୋଜ ଥିବା ମୁଣ୍ଡକୁ ଖୋଜି ପାରି ପାରିଛି ODRAF ଟିମ

କଳାହାଣ୍ଡି ୩୦/୦୫/(ଗ୍ରାମୀଣ ଏକ୍ସପ୍ରେସ)ମୁଣ୍ଡ ବିହୀନ ଶବକୁ ପୋଖରୀରୁ ଉଦ୍ଧାର କରିଥିଲା କଳାହାଣ୍ଡି ପୋଲିସ, ତିନି ଦିନର ଅକ୍ଲାନ୍ତ ପରିଶ୍ରମ ପରେ ଆଜି ମୁଣ୍ଡକୁ ମଧ୍ୟ ଉଦ୍ଧାର କରିଛି ବଲାଙ୍ଗୀର ଓଡ୍ରାଫ୍ ଟିମ, କଳାହାଣ୍ଡି ଜିଲ୍ଳା କଲମପୁର ବ୍ଲକ ଦେପୁର ଗାଁରେ ଏହ ହତ୍ୟାକାଣ୍ଡ ଘଟଣା ସାମ୍ନାକୁ ଆସି ଥିଲା,ପ୍ରକାଶ ଥାଉ କି ଯେ ଗତ ୧୮ ତାରିଖ ଦିନ ରୁପସିଙ୍ଗ ମାଝୀ ବୟସ ୬୪ ବର୍ଷ ହେବ ସେ ନିଖୋଜ ଥିଲେ, କଲମପୁର ଥାନାରେ ନିଖୋଜ ଥିବା ଏତଲା ହେଲା ପରେ କଳାହାଣ୍ଡି ପୋଲିସର ତଦନ୍ତ ଆରମ୍ଭ କରି ଲିଙ୍ଗରାଜ ମାଝୀ ବୟସ ୨୪ ବର୍ଷ ହେବ ସେ ହତ୍ୟା କରି ଦୋଷୀ ଗୁଆ ଫେରାର ହେଇ ଥିବା ଜାଣି କଳାହାଣ୍ଡି ପୋଲିସ ସେହି ଦୋଷିକୁ ଧରି ବିଭତ୍ସ ହତ୍ୟାକାଣ୍ଡ ର ପର୍ଦ୍ଦାଫାସ କରିଥିଲା କଳାହାଣ୍ଡି ପୋଲିସ ଏବଂ ମୁଣ୍ଡ ବିହୀନ ଶବକୁ ପୋଖରିରୁ ଉଦ୍ଧାର କରିଥିଲା,କିନ୍ତୁ ମୁଣ୍ଡ ମିଳି ପାରୁ ନ ଥିଲା, ୧୧ ଦିନ ପରେ ମୁଣ୍ଡ ବିହୀନ ସବ ଉଦ୍ଧାର କଲା ପରେ ପୁଣି ଥରେ ତିନିଦିନ ଧରି ପୋଖରିରେ ଓଡ୍ରାଫ୍ ଟିମ୍ ଅକ୍ଲାନ୍ତ ପରିଶ୍ରମ ଫଳରେ ଆଜି ତାଙ୍କ ମୁଣ୍ଡ ମିଳିଛି, ଏହି ମର୍ମାହତ ହତ୍ୟାକାଣ୍ଡକୁ ଆଧାର କରି ପରିବାର ଲୋକେ ଦୋଷୀକୁ ଫାଶୀ ଦଣ୍ଡ ଦେବା ପାଇଁ ଗଣମାଧ୍ୟମ ଆଗରେ ପରି ପ୍ରକାଶ କରିଛନ୍ତି।

Exit mobile version