Site icon Gramin Express

ହାଇଦ୍ରାବାଦକୁ ଦାଦନ ଯାଇ ଶ୍ରମିକ ନିଖୋଜ

କଳାହାଣ୍ଡି: ୧୧/୨ (ଡମ୍ବରୁ ଧର ଦୁର୍ଗା) କଲାହାଣ୍ଡି ଜିଲ୍ଲା କୋକସରା ବ୍ଲକ ବରାଡଙ୍ଗା ପଞ୍ଚାୟତ ତେନ୍ତୁଳିପଡା ଗ୍ରାମର ମର୍କଣ୍ଡ ରାଉତ ବୟସ ୪୦ ବର୍ଷ ପିତା ସିମାନ ରାଉତ ଗତ କିଛି ଦିନ ପୂର୍ବେ ସେ ହାଇଦ୍ରାବାଦକୁ ନିଜ ଗାଁ ଲୋକ ସହିତ କାମ କରିବାକୁ ଯାଇ ଥିଲେ ।ସେ କିଛି ମାସ କାମ କରି ନିଜ ଗାଁକୁ ଆସୁଚି କହି ନିଜ ଘରକୁ ଫୋନ କରି କଥା ହୋଇ ଘରକୁ ଫେରିବା ପାଇଁ କହି ଆସୁ ଥିଲେ।କିନ୍ତୁ ସେ ଘରକୁ ଫେରି ନଥିଲେ ତାପରେ ଘର ଲୋକ ତାଙ୍କୁ ଫୋନ କରିବାରୁ ତାଙ୍କ ଫୋନ ଲାଗି ନଥିଲା ।ତାପରେ ନିଜ ଗାଁ ଲୋକ ପାଖରେ ଫୋନ କରି ବୁଝି ଥିଲେ କିନ୍ତୁ ସେଠାରେ ବି ନାହାଁନ୍ତି ବୋଲି ନିଜ ଗାଁ ଲୋକ ଖବର ଦେଇ ଥିଲେ। ଏହି ଖବର ପାଇବା ପରେ ଘର ଲୋକ ଭାଙ୍ଗି ପଡ଼ିଛନ୍ତି।

Exit mobile version