ମୁଖିଗୁଡ଼ା, ଅଗଷ୍ଟ ୧: ହିନ୍ଦୁ ଧର୍ମରେ ପବିତ୍ର ଶ୍ରାବଣ ମାସର ସୋମବାର ଭଗବାନ ଶିବଙ୍କ ଆରାଧନା ପାଇଁ ବିଶେଷ ମହତ୍ତ୍ୱ ବହନ କରେ। ଏହି ଦିନ ଭକ୍ତମାନେ ଉପବାସ ରଖି ପବିତ୍ର ଜଳରେ ଶିବଲିଙ୍ଗର ଜଳାଭିଷେକ କଲେ ଭଗବାନ ଶିବଙ୍କ କୃପା ଲାଭ ହୁଏ ବୋଲି ବିଶ୍ୱାସ ରହିଛି।
ଏହି ପବିତ୍ର ଅବସରକୁ ନେଇ ତାଳଗୁଡ଼ ବୋଲ ବମ୍ ସେବା ସମିତିର ଆନୁକୂଲ୍ୟରେ ଭବ୍ୟ କାଉଡ଼ିଆ ଯାତ୍ରା ଅନୁଷ୍ଠିତ ହୋଇଥିଲା। ଶିବଭକ୍ତମାନେ ତାଳଗୁଡ଼ ନଦୀରୁ ପବିତ୍ର ଜଳ ସଂଗ୍ରହ କରି “ହର ହର ମହାଦେବ” ଓ “ବୋଲ ବମ୍” ଧ୍ୱନି ମଧ୍ୟରେ ଶୋଭାଯାତ୍ରା କରି କୁମାରପଡ଼ାସ୍ଥିତ ଧବଳେଶ୍ୱର ଶିବ ମନ୍ଦିରରେ ପହଞ୍ଚି ବିଧିବଦ୍ଧ ଭାବେ ଜଳାଭିଷେକ କରିଥିଲେ।
ଏହି ଅବସରରେ ବହୁ ସଂଖ୍ୟକ ଶ୍ରଦ୍ଧାଳୁ ଉପସ୍ଥିତ ରହି ବାବା ଧବଳେଶ୍ୱରଙ୍କ ନିକଟରେ ଦେଶ ଓ ରାଜ୍ୟର ସୁଖ, ଶାନ୍ତି, ସମୃଦ୍ଧି ଏବଂ ସର୍ବଜନଙ୍କ ମଙ୍ଗଳ କାମନା କରିଥିଲେ। ତାଳଗୁଡ଼ ବୋଲ ବମ୍ ସେବା ସମିତିର ସମସ୍ତ ସଦସ୍ୟଙ୍କ ସକ୍ରିୟ ସହଯୋଗରେ ସମଗ୍ର କାର୍ଯ୍ୟକ୍ରମ ଶୃଙ୍ଖଳିତ ଓ ଭକ୍ତିମୟ ପରିବେଶରେ ସମ୍ପନ୍ନ ହୋଇଥିଲା।
ଶ୍ରାବଣ ସୋମବାରରେ ତାଳଗୁଡ଼ ନଦୀରୁ ଜଳ ଆଣି ଧବଳେଶ୍ୱରଙ୍କ ଜଳାଭିଷେକ

