ରଣମାଳ-(ନି ପ୍ର) ଵିଭିନ୍ନ ଦାଵି ପୂରଣ ଦାବିରେ ଜୟପାଟଣା ବ୍ଲକ ଯୋଗାଣ ସହାୟକ ସଂଘ ଆସନ୍ତା୧୦ ତାରିଖ ରୁ ସାମୂହିକ ଛୁଟିରେ ଯିବାକୁ ଚେତାବନୀ ଦେଇଛନ୍ତି।ଏ ନେଇ ସଂଘ ପକ୍ଷରୁ ବୁଧବାର ଜୟପାଟଣା ବିଡ଼ିଓଙ୍କୁ ଧର୍ମରାଜ ମାଝୀଙ୍କୁ ଏକ ଲିଖିତ ଦାବିପତ୍ର ପ୍ରଦାନ କରାଯାଇଛି। ଏହି ଦାବିପତ୍ରରେ ଯାଗାଣ ସହାୟକମାନଙ୍କ ନ୍ୟାର୍ଯ୍ୟେଚିତ ଦାବି ପ୍ରତି ସରକାର ଏଯାବତ କର୍ଣ୍ଣାପାତ କରୁନାହାନ୍ତି। ତେଣୁ ବାଧ୍ୟ ହୋଇ ଚଳିତ ମାସ ୧୦ତାରିଖରୁ ସମସ୍ତେ ସାମୂହିକ ଛୁଟିରେ ଯିବେ ବୋଲି ନିଷ୍ପତ୍ତି ନେଇଛନ୍ତି। ବର୍ତ୍ତମାନ ଜୁଲାଇ ଓ ଅଗଷ୍ଟ ମାସ ରାସନ ବଣ୍ଟନ ପାଇଁ ପ୍ରଶାସନ ଚାପ ପକାଉଥିଵା ବେଳେ ସଂଘ ପକ୍ଷରୁ ଏହାକୁ ବିନମ୍ରତାର ସହ ପ୍ରତ୍ୟାଖାନ କରାଯାଇଛି। ଡ୍ୟୁଟି ବନ୍ଦକରି ଆନ୍ଦୋଳନ ରେ ସାମିଲ ହେବାକୁ ନିଷ୍ପତି ନେଇଥିବା ଜୟପାଟଣା ଯୋଗାଣ ସହାୟକ ସଭାପତି ସାଗର ପଣ୍ଡା ସୂଚନା ପ୍ରଦାନ କରିଛନ୍ତି। ବୁଧବାର ଜୟପାଟଣା ଯୋଗାଣ ସହାୟକ ସଙ୍ଗ ଜୟପାଟଣା ଗୋଷ୍ଟି ଉନୟନ ଅଧିକାରୀ ଙ୍କୁ ଭେଟି ତାଙ୍କ ତାଙ୍କ ଦବି ଏବଂ ସମୁହିକ ଛୁଟି ନିଷ୍ପତି ସ୍ମାରକ ପତ୍ର ପ୍ରଦାନ କରିଛନ୍ତି।ଯୋଗାଣ ସହାୟକ ଙ୍କ କହିବା ଅନୁଯାୟୀ ଦୀର୍ଘ ଦିନ ଧରି ଦରମା ବୁଦ୍ଧି ସହ ବିଭିନ୍ୟା ସମସ୍ୟା ବିଷୟ ରେ ସରକାରଙ୍କ ଠାରେ ଦାବି ଜଣାଇ ଆସୁଥିଲେ ସୁଦ୍ଧା କୋନଶି ସକର୍ତ୍ମକ ପଦକ୍ଷେପ ନେଉ ନଥିବା ରୁ ଆନ୍ଦୋଳନ ନିଷ୍ପତି ନେଇ ଥିବା ପ୍ରକାଶ। ଯଦି ନିର୍ଦ୍ଧାରିତ ସୂଚନା ଅନୁଯାୟୀ ଯୋଗାଣ ସହାୟକ ସମୂହ କାର୍ଯ୍ୟ ବନ୍ଦ କରି ଆନ୍ଦୋଳନ କରନ୍ତି ତେବେ ସରକାରୀ ଯୋଗାଣ ବ୍ୟବସ୍ଥା ଏବଂ ସାଧାରଣ ହିତାଧିକାରୀ ଙ୍କୁ ସେବା ପ୍ରଦାନ ରେ ବାଧା ସୃଷ୍ଟି ହେବା ଆଶଙ୍କା ରହିଛି।
ଯୋଗାଣ ସହାୟକ ସଂଘ ପକ୍ଷରୁ ବିଡ଼ିଓଙ୍କୁ ଦାବିପତ୍ର

