ନୂଆଦିଲ୍ଲୀ: ନ୍ୟାସନାଲ ହେରାଲ୍ଡ କେସରେ ସୋନିଆ ଗାନ୍ଧୀ ଓ ରାହୁଲ ଗାନ୍ଧୀଙ୍କୁ ଦିଲ୍ଲୀ ହୋଇକୋର୍ଟ ନୋଟିସ୍ ଜାରି କରିଛନ୍ତି । ଅଦାଲତ ଏହି ମାମଲାରେ କଂଗ୍ରେସର ଦୁଇ ନେତାଙ୍କଠୁ ଜବାବ ଲୋଡିଛନ୍ତି। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ସେହି ପିଟିସନ ଉପରେ ଏହି ନୋଟିସ୍ ଜାରି କରାଯାଇଛି, ଯେଉଁଥିରେ ଟ୍ରାଏଲ କୋର୍ଟ ପକ୍ଷରୁ ଏଜେନ୍ସିର ମନି ଲଣ୍ଡ୍ରିଂ କେସକୁ ଖାରଜ କରାଯାଇଥିଲା । ଟ୍ରାଏଲ କୋର୍ଟ କହିଥିଲେ ଯେ, ଏହି ମାମଲାରେ ପ୍ରଥମରୁ ହିଁ ଦିଲ୍ଲୀ ପୋଲିସର ଆର୍ଥିକ ଅପରାଧ ଶାଖା ଯାଞ୍ଚ କରୁଛି । ଏଥିପାଇଁ ଏହି ମାମଲାକୁ ମନି ଲଣ୍ଡ୍ରିଂ କେସ ଆଧାରରେ ଆଗକୁ ବଢାଯାଇ ପାରିବ ନାହିଁ । ଏହି ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ଇଡି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା । ଆଉ ଏହା ଉପରେ ହାଇକୋର୍ଟ ସୋନିଆ ଓ ରାହୁଲ ଗାନ୍ଧୀଙ୍କୁ ନୋଟିସ୍ ଜାରି କରି ଜବାବ ମାଗିଛନ୍ତି ।ଏହି କେସର ପରବର୍ତ୍ତୀ ଶୁଣାଣି ୨୦୨୬ ମାର୍ଚ୍ଚରେ ହେବ । ଏହି ମାମଲାରେ ରାଉଜ ଏଭେନ୍ୟୁ କୋର୍ଟ ଗାନ୍ଧୀ ପରିବାରକୁ ବଡ ଆଶ୍ୱସ୍ତି ଦେଇଥିଲେ । ବିଚାରପତିଙ୍କ କହିବା କଥା ଏହି ମାମଲାକୁ ମନି ଲଣ୍ଡ୍ରିଂ ଆଧାରରେ କେସ ରୁଜୁ କରାଯାଇ ପାରିବ ନାହିଁ । ଏହି କେସରେ ଏମିତି କିଛି ନ ଥିଲା ଯେଉଁଥିରେ ଆର୍ଥିକ ଅପରାଧ ଧରା ପଡିଛି । ସୁବ୍ରମଣ୍ୟମ ସ୍ୱାମୀଙ୍କ ପକ୍ଷରୁ ସିଧାସଳଖ କୋର୍ଟରେ ପିଟିସନ ଦାଖଲ ହୋଇଥିଲା । ଏହା ପରେ ଏଫଆଇଆର ରୁଜୁ ହୋଇଥିଲା । ତେଣୁ ପ୍ରଥମେ ଦିଲ୍ଲୀ ପୋଲିସର ଆର୍ଥିକ ଅପରାଧ ଶାଖା ପକ୍ଷରୁ ତଦନ୍ତ ମାମଲାରେ କାର୍ଯ୍ୟାନୁଷ୍ଠାନ ପୂରା ହେବା ଦରକାର ।
ନ୍ୟାସନାଲ ହେରାଲ୍ଡ କେସରେ ସୋନିଆ ଓ ରାହୁଲ ଗାନ୍ଧୀଙ୍କୁ ନୋଟିସ୍ ଜାରି

RAHUL SONIYA GANDHI
