ସୋନପୁର :(ଗ୍ରାମୀଣ ଏକ୍ସପ୍ରେସ)୬/୧୦: ବିନିକା ବ୍ଲକ କଇଁତରା ବଇଦବେରା ପଡ଼ାରେ ଗତ ଛଅ ମାସ ପୂର୍ବରୁ ଆର୍. ଡବ୍ଲୁ.ଏସ୍.ଏସ୍ (R.W.S.S) ପକ୍ଷରୁ ଏକ ନଳକୂପ ଖନନ କରାଯାଇଛି। କିନ୍ତୁ ଏହାର ଚାରିପାଖେ ଚାନ୍ଦିନୀ ନିର୍ମାଣ କରାଯାଇ ନାହିଁ। ଫଳରେ ସେଠାରେ ସବୁବେଳେ ପାଣି ଜମିରହି ଦୁର୍ଗନ୍ଧ ବାହାରୁଛି। ଏହି ପଡ଼ାକୁ ବର୍ତ୍ତମାନ ମଧ୍ୟ ଚାନ୍ଦିନୀ ନିର୍ମାଣ ପାଇଁ ପଞ୍ଚାୟତ କର୍ତ୍ତୃପକ୍ଷଙ୍କୁ ବାରମ୍ବାର ଅଭିଯୋଗ କଲେ ମଧ୍ୟ କେହି କର୍ଣ୍ଣପାତ କରୁନାହାନ୍ତି। ଫଳରେ ଲୋକେ ଦୂଷିତ ପରିବେଶରୁ ପାଣି ଆଣି ବ୍ୟବହାର କରିବାକୁ ବାଧ୍ୟ ହେଉଛନ୍ତି। ବ୍ଲକ ପ୍ରଶାସନ ଏ ଦିଗରେ ଦୃଷ୍ଟିଦେଇ ନଳକୂଅ ଚାନ୍ଦିନୀ ନିର୍ମାଣ କରିବାକୁ ଦାବୀ ହେଉଛି।
ନଳକୂପ ଚାରିପାଖେ ଚାନ୍ଦିନୀ ନିର୍ମାଣ ପାଇଁ ଦାବୀ

