Site icon Gramin Express

ଗ୍ରାମାଞ୍ଚଳରେ ସ୍ବଚ୍ଛ ଭାରତ ମିଶନ ସାତ ସପନ

ସୋନପୁର: ଗ୍ରାମୀଣ ଏକ୍ସପ୍ରେସ୍ ( ରଞ୍ଜନ ଭୁଏ)ତ -୨୮/୦୯/୦୨୬ ରିଖ ବିନିକା ବ୍ଲକ ଅନ୍ତର୍ଗତ କଇଁତରା ପଞ୍ଚାୟତ ଅଞ୍ଚଳରେ ସ୍ୱଚ୍ଛ ଭାରତ ମିଶନ ଅଭିଯାନ ସାତ ସପନ ହୋଇଥିବା ଅଭିଯୋଗ ହୋଇଥିବା ହେଉଛି। ଉକ୍ତ ପଞ୍ଚାୟତର ଯେଉଁ ଗାଁକୁ ଗଲେ କୁଢ଼ କୁଢ଼ ଅଳିଆ ଆବର୍ଜନା ଗଦା ହୋଇଥିବାବେଳେ ଦୁର୍ଗନ୍ଧରେ ପରିବେଶ ଦୂଷିତ ହେଉଛି। ଏହି ସବୁ ଅଳିଆ ଆବର୍ଜନା ଓ ପଲିଥିନ୍ କେନାଲରେ ଜମିରହି ଚାଷ ଜମିକୁ ପାଣି ପହଞ୍ଚିପାରୁ ନାହିଁ। ଫଳରେ ଚାଷୀମାନେ ପ୍ରଭାବିତ ହେଉଥିବା ଚାଷୀମାନେ କହିଛନ୍ତି। ଗାଁମୁଣ୍ଡରେ ନିର୍ମାଣ ହୋଇଥିବା ଆବର୍ଜନା ଟାଙ୍କି ଗୁଡ଼ିକ ନିମ୍ନମାନର କାମ ଯୋଗୁଁ କେତେକ ଟାଙ୍କି ଭାଙ୍ଗି ଯାଇଥିବାବେଳେ ଆବଶ୍ୟକ ସଚେତନତା ଅଭାବରୁ ସେଗୁଡିକ ବ୍ୟବହାର ହେଉ ନାହିଁ। ଅପର ପକ୍ଷରେ ଅଞ୍ଚଳର ଗାଁ
ମୁଣ୍ଡ ଓ ରାସ୍ତାଘାଟ ସବୁ ଖୋଲା ପାଇଖାନା ପାଲଟିଛି। କଇଁତରା, ଘଣ୍ଟୋପଳି, କଟାପାଲି ଓ ବାଞ୍ଜିପାଲି ଗାଁ ଗୁଡିକରେ ଏଭଳି ଅବସ୍ଥା ଦେଖିବାକୁ ମିଳିଛି।ବ୍ଲକ ତଥା ପଞ୍ଚାୟତ କର୍ତ୍ତୃପକ୍ଷ ଏ ଦିଗରେ ଦୃଷ୍ଟିଦେଇ ପଦକ୍ଷେପ ନେବାକୁ ଗାଁର ଜନସାଧାରଣ ଦାବି କରିଛନ୍ତି।

Exit mobile version